ୟୁଜର୍ସଙ୍କୁ ତୁରନ୍ତ ବ୍ରାଉଜର ଅପଡେଟ କରିବାକୁ ପରାମର୍ଶ ଦେଲେ କ୍ରୋମ ୟୁଜର୍ସ

କ୍ରୋମ ୟୁଜର୍ସଙ୍କ ପାଇଁ ଚେତାବନୀ । ଯଥାଶୀଘ୍ର କରିନିଅନ୍ତୁ ଆପ୍ ଅପଡେଟ। ରବିବାର ଦୁନିଆର ସବୁଠୁ ଲୋକପ୍ରିୟ ଓ୍ବେବ ବ୍ରାଉଜର ମଧ୍ୟରୁ ଗୋଟିଏ ଗୁଗଲ କ୍ରୋମ ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଚେତାବନୀ ଜାରି କରିଛି। ଗୁଗଲ ପକ୍ଷରୁ କୁହାଯାଇଛି ଯେ, କ୍ରୋମରେ ଦୁଇ ବିପଜ୍ଜନକ Zero- Day ବଗ୍ ମିଳିଛି। ହ୍ୟାକର୍ସମାନେ ଏହାର ଫାଇଦା ଉଠାଇପାରନ୍ତି।

ବଡ଼ କଥା ହେଲା ଏହି ସୁରକ୍ଷା ତ୍ରୁଟି ଏତେ ଗୁରୁତର ଯେ, କମ୍ପାନିକୁ ଏଥିପାଇଁ ଇମରଜେନ୍ସୀ ସିକ୍ୟୁରିଟି ଅପଡେଟ ଜାରି କରିବାକୁ ପଡ଼ିଛି। ଅନୁମାନ କରାଯାଉଛି ପ୍ରାୟ ୩.୫ ବିଲିୟନ କ୍ରୋମ ୟଜର୍ସଙ୍କୁ ଏହି ବିପଦ ଦ୍ବାରା ପ୍ରଭାବିତ ହୋଇପାରନ୍ତି। ଏଥିପାଇଁ ସବୁ ୟୁଜର୍ସଙ୍କୁ ତୁରନ୍ତ ବ୍ରାଉଜର ଅପଡେଟ କରିବାକୁ ପରାମର୍ଶ ଦିଆଯାଇଛି।

କ’ଣ ଏହି ଦୁଇ ସୁରକ୍ଷା ତ୍ରୁଟି ?

ଫୋର୍ବ୍ସ ରିପୋର୍ଟ ଅନୁସାରେ, କମ୍ପାନି କହିଛି କ୍ରୋମରେ CVE-2026-3909 ଏବଂ CVE-2026-3910 ନାମକ ଦୁଇଟି ଜରୁରୀ ସୁରକ୍ଷା ତ୍ରୁଟି ମିଳିଛି। ଏହି ଦୁଇଟିକୁ Zero- Day Vulnerability କୁହାଯାଏ। CVE-2026-3909 କ୍ରୋମର ଗ୍ରାଫିକ୍ସ ଲାଇବ୍ରେରୀ ସିଷ୍ଟମ Skia ସହ ଜଡ଼ିତ ତ୍ରୁଟି। ସେହିଭଳି CVE-2026-3910 କ୍ରୋମର ଜାଭାସ୍କ୍ରିପ୍ଟ ଇଞ୍ଜିନ V8 ସହ ଜଡ଼ିତ ତ୍ରୁଟି।

ଗୁଗଲ ଜାରି କଲା ନୂଆ ସିକ୍ୟୁରିଟି ଅପଡେଟ

ଏହା ବ୍ରାଉଜରର ମୁଖ୍ୟ ସିଷ୍ଟମ କମ୍ପୋନେଣ୍ଟସକୁ ପ୍ରଭାବିତ କରିଥାଏ। ବଡ଼ କଥା ହେଲା ଏହାର ବ୍ୟବହାର କରି ହ୍ୟାକର ୟୁଜରଙ୍କ ସିଷ୍ଟରେ କୋଡ ଚଲାଇପାରିବେ କିମ୍ବା ଡାଟା ମଧ୍ୟ ଚୋରି କରିପାରିବେ। ଏଥିପାଇଁ ଏହି ତ୍ରୁଟିକୁ ହାଇ ସିକ୍ୟୁରିଟି କାଟାଗୋରୀରେ ରଖାଯାଇଛି।  ଗୁଗଲ ଏହି ବିପଦରୁ ବର୍ତ୍ତିବା ପାଇଁ ନୂଆ ସିକ୍ୟୁରିଟି ଅପଡେଟ ଜାର କରିବା ଆରମ୍ଭ କରିଛି। ଅବଶ୍ୟ ଏହି ଅପଡେଟ ସବୁ ୟୁଜର୍ସଙ୍କୁ ମିଳିବା ପାଇଁ କିଛି ଦିନ ଲାଗିପାରେ। ଏଥିପାଇଁ ୟୁଜର୍ସଙ୍କୁ ନିଜେ ମଧ୍ୟ ଅପଡେଟ ଚେକ୍ କରିବା ଆବଶ୍ୟକ।

ବଗ୍ ଖୋଜିଦେଲେ ଗୁଗଲ ଦେଇଥାଏ ପୁରସ୍କାର

ଗୁଗଲ ସୁରକ୍ଷା ତ୍ରୁଟି ଖୋଜିବା ପାଇଁ ଏକ Vulnerability Reward Program ମଧ୍ୟ ଜାରି ରଖିଛି। ଏହି ପ୍ରୋଗ୍ରାମ ଅନୁସାରେ କମ୍ପାନି ସିକ୍ୟୁରିଟି ରିସର୍ଚ୍ଚର୍ସଙ୍କୁ ତ୍ରୁଟି ବାହାର କରିବା ଉପରେ ପୁରସ୍କାର ଦେଇଥାଏ। କମ୍ପାନି ଅନୁସାରେ ଗତ ୧୫ ବର୍ଷରେ ଏହି ପ୍ରୋଗ୍ରାମ ଅନୁସାରେ, ପ୍ରାୟ ୮୧.୬ ମିଲିୟନ ଡଲାର ପୁରସ୍କାର ଭାବରେ ଦେଇସାରିଛି। କେବଳ ୨୦୨୫ରେ ହିଁ ୧୭ ମିଲିୟନ ଡଲାରରୁ ଅଧିକ ପୁରସ୍କାର ଦିଆଯାଇଛି। କ୍ରୋମର ସୁରକ୍ଷା ପାଇଁ ସମଗ୍ର ଦୁନିଆର ରିସର୍ଚ୍ଚର୍ସଙ୍କ ବଡ଼ ଭୂମିକା ରହିଛି।

Leave a comment