ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା,ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ ଭୋଟ ଗଣତି
ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍ତି । ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତାମିଲନାଡୁ, ଆସାମ, କେରଳ, ପଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି ।
ଆସାମରେ ଓ କେରଳରେ ୯ ଏପ୍ରିଲ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ । ଏପ୍ରିଲ ୨୩ ଓ ୨୯ରେ ହେବ ନିର୍ବାଚନ । ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ହେବ । ପଡୁଚେରୀରେ ଏପ୍ରିଲ ୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ମେ ୪ ତାରିଖରେ ଭୋଟ ଗଣିତ ହେବ ।