ପାରାଦୀପ ବାହାରିଲେ ବିଜେପି ବିଧାୟକ, ଭୋଟ୍ ଦେବା ନେଇ ନେବେ ଟ୍ରେନିଂ

ଆଉ ମାତ୍ର ଦିନକ ପରେ ଅର୍ଥାତ ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। କିଏ ବିଧାୟକମାନଙ୍କୁ ନେଇ ହୋଟେଲରେ ରଖିଲେଣି ତ ଆଉ କିଏ ଘନଘନ ବୈଠକ ଡାକି ବିଧାୟକ ମାନଙ୍କୁ ଖାଇବା ପିଇବା ଦେଇ ଆପ୍ୟାୟିତ କରିବାରେ ମାତିଲେଣି । ଏହି ସବୁ ମଧ୍ୟରେ ପାରାଦୀପ ବାହାରିଲେ ବିଜେପି ବିଧାୟକ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଗଲେ। ସେଠାରେ ବିଜେପି ବିଧାୟକଙ୍କୁ ଭୋଟ୍ ଦେବା ନେଇ ଟ୍ରେନିଂ ଦିଆଯିବ। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ ଦିଆଯିବ।

ଉଲ୍ଲେଖନୀୟ ରାଜ୍ୟରେ ଶାସନରେ ଥିବା ବିଜେପିର ଅଧିକାଂଶ ବିଧାୟକ ନୂଆଁ କରି ନିର୍ବାଚିତ ହୋଇଛନ୍ତି। ଆଉ ପ୍ରଥମ ଥର ସେମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ଯାଉଛନ୍ତି। ରାଜ୍ୟରେ ଯେଉଁଭଳି ଭାବେ ଚତୁର୍ଥ ଆସନକୁ ନେଇ ଶାସକ ଓ ବିରୋଧୀ ପାର୍ଟି ମଧ୍ୟରେ ବଳ କଷାକଷି ହେଉଛନ୍ତି, ସେଥିରେ ପ୍ରତିଟି ବିଧାୟକଙ୍କ ଭୋଟ୍ କେତେ ମୂଲ୍ୟବାନ ତାହା ଆପଣମାନେ ସଂପ୍ରତି ରାଜନୀତିକୁ ଦେଖିଲେ ଜାଣି ପାରୁଥିବେ। ତେଣୁ ଗୋଟିଏ ବି ଭୋଟ୍ ଯେମିତି ନାକଚ ନ ହୁଏ ତାକୁ ଦୃଷ୍ଟିରେ ରଖି ବିଜେପି ନିଜ ବିଧାୟକଙ୍କୁ ଉପଯୁକ୍ତ ଟ୍ରେନିଂ ଦେବା ପାରାଦୀପ ଯାଇଛନ୍ତି। ସେଠାରେ ଦଳୀୟ ସଭାପତିଙ୍କଠୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ସମସ୍ତେ ଉପସ୍ଥିତ ରହିବେ।

ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭା ନେଇ ଆଜି ବସିଥିଲା ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ଏଥିରେ ଉପସ୍ଥିତ ରହିଥିଲେ । ଏହା ପରେ ବିଧାୟକ ମାନଙ୍କୁ କେମିତି ଭୋଟ ଦିଆଯିବ ସନେଇ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ପରେ ସବୁ ବିଧାୟକ ବସରେ ବସି ପାରାଦ୍ୱୀପ ଏକ ତାରକା ହୋଟେଲକୁ ବାହାରିଥିଲେ। ସେଠାରୁ ସୋମବାର ସକାଳେ ବିଧାୟକ ମାନେ ସିଧା ଆସିବେ ବିଧାନସଭା ଆଉ ଭୋଟଦାନକାର୍ଯ୍ୟକ୍ରମରେ ଯୋଗ ଦେବେ ।

Leave a comment