ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା, ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା ଭସା ପୋଲ

ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା, ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା ଭସା ପୋଲ

ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)

 ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭସା ପୋଲ । ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା । ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ନଷ୍ଟ ହୋଇଯାଇଛି । ୧୦୦ ମିଟର ଲମ୍ବ ଓ ୩ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଭସାପୋଲକୁ ଗତ ୬ ତାରିଖରେ ଉଦ୍‌ଘାଟନ କରାଯାଇଥିଲା । ଏଥିନେଇ କର୍ଣ୍ଣାଟକ ସରକାର ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବାତ୍ୟା ପ୍ରଭାବରେ ଏହି ପୋଲ ଭାଙ୍ଗିବା ପରେ ଏହାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

୩ଦିନ ପୂର୍ବେ ବିଧାୟକ ରଘୁପତି ଭଟ ଭସା ପୋଲ ଉଦଘାଟନ କରିଥିଲେ ଏବଂ ଏହାକୁ ମଧ୍ୟ ପରିଦର୍ଶନ କରିଥିଲେ। କର୍ଣ୍ଣଟକରେ ପର୍ଯ୍ୟଟନକୁ  ଆକୃଷ୍ଟ କରିବା ପ୍ରଥମ ଥର ପାଇଁ ଭସା ପୋଲ ନିର୍ମାଣ କରାଯାଇଥିଲା ଏହି ପୋଲର ଲମ୍ବ ୧୦୦ ମିଟର ଏବଂ ପ୍ରସ୍ଥ ୩ ମିଟର ଥିଲା। ଏକାଥରକେ ଏହି ଭସା ପୋଲ ଉପରେ ୧୦୦ରୁ ଅଧିକ ଲୋକ ଚାଲିବେ ବୋଲି ଆକଳନ କରାଯାଇଥିଲା। ପର୍ଯ୍ୟଟନ ପାଇଁ ନିର୍ମିତ ଏହି ଭସା ପୋଲ ପର୍ଯ୍ୟଟକମାନଙ୍କୁ ମାତ୍ର୧୫ ମିନିଟ୍ ରହିବାକୁ ଅନୁମତି ଦିଆଯାଇଥିଲା । କର୍ଣ୍ଣାଟକରେ ଘୂର୍ଣ୍ଣିବଳୟ ପରେ ଉଚ୍ଚ ଜୁଆର ମାଡ଼ ସମ୍ଭାଳିପାରିଲାନି ପୋଲ। ପାଣିରେ ବୁଡିଗଲା ୮୦ ଲକ୍ଷ ଟଙ୍କା। ବର୍ତ୍ତମାନ ଭସା ପୋଲକ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି।