ପାକିସ୍ତାନୀ ଖେଳାଳିଙ୍କୁ ସନରାଇଜର୍ସ ଲିଡ୍ସ କିଣିବା ପରେ ବିସିସିଆଇ ଦେଲେ ଏହି ବୟାନ

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପ୍ରସଙ୍ଗରେ ଆମର କିଛି କରିବାର ନାହିଁ ବୋଲି କହିଲେ ରାଜୀବ ଶୁକ୍ଲା । ସନରାଇଜର୍ସ ଓ ପାକିସ୍ତାନୀ ଖେଳାଳି ବିବାଦରେ ବିସିସିଆଇର ବଡ଼ ବୟାନ । ଆଇପିଏଲ୍ ନୁହେଁ, ଏହା ବିଦେଶୀ ଲିଗ୍ ବୋଲି କହିଛନ୍ତି ରାଜୀବ ଶୁକ୍ଲା । ଇଂଲଣ୍ଡର ‘ଦି ହଣ୍ଡ୍ରେଡ୍’ ଟୁର୍ଣ୍ଣାମେଣ୍ଟ ପାଇଁ ସନରାଇଜର୍ସ ଲିଡ୍ସ ପକ୍ଷରୁ ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ କରାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପ୍ରତିକ୍ରିୟା ରଖିଛନ୍ତି । ଏହି ନିଷ୍ପତ୍ତି ଆମ ଅଧୀନରେ ଆସୁନାହିଁ । ଏହା ଉପରେ ସେମାନଙ୍କୁ ହିଁ ନିଷ୍ପତ୍ତି ନେବାକୁ ପଡ଼ିବ; ଏଥିରେ ବିସିସିଆଇ କିଛି କରିପାରିବ ନାହିଁ ।

ସନରାଇଜର୍ସ ହାଇଦ୍ରାବାଦର ମାଲିକାନାରେ ଥିବା ଏହି ବିଦେଶୀ ଦଳରେ ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ସୋସିଆଲ ମିଡିଆରେ ଭାରତୀୟ ପ୍ରଶଂସକମାନେ ତୀବ୍ର ବିରୋଧ କରୁଛନ୍ତି । ତେବେ ଶୁକ୍ଲାଙ୍କ କହିବା କଥା, ଭାରତ ବାହାରେ ଏକ ଘରୋଇ ଲିଗ୍, ସେଥିରେ ଭାରତୀୟ କ୍ରିକେଟ୍ ବୋର୍ଡର କୌଣସି ହସ୍ତକ୍ଷେପ ରହିବ ନାହିଁ । ସନରାଇଜର୍ସ ଲିଡ୍ସ ଏଥିପାଇଁ ନିଷ୍ପତ୍ତି ନେବ । ସେଥିରେ ବିସିସିଆଇ କିଛି କରିପାରିବ ନାହିଁ ।

ଭାରତ ବ୍ୟବସାୟିକ ଗୋଷ୍ଠୀ ‘ସନ ଗ୍ରୁପ୍’ ମାଲିକାନାରେ ଥିବା ସନରାଇଜର୍ସ ଲିଡ୍ସ ଦ୍ବାରା ପାକିସ୍ତାନୀ ସ୍ପିନର ଅବରାର୍ ଅହମ୍ମଦଙ୍କୁ କିଣିବାକୁ ନେଇ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସୋସିଆଲ୍ ମିଡିଆରେ କମ୍ପାନୀର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି । ଏପରିକି ପ୍ରଶଂସକମାନେ ଆଇପିଏଲରୁ ସନରାଇଜର୍ସ ହାଇଦ୍ରାବାଦକୁ ବାହାର କରିବାକୁ ଦାବି କରୁଛନ୍ତି । ତେଣୁ ବାଧ୍ୟ ହୋଇ ସନରାଇଜର୍ସ ଲିଡ୍ସକୁ ନିଜର ‘ଏକ୍ସ’ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିଛି ।

Leave a comment