ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
ସମ୍ପର୍କୀୟ କଲେ ଆୟୋଜନ , ସରକାର କରାଇଲେ ବିବାହ । ସାମୁହିକ ଵିଵାହ କଲେ ୧୧୦ ବର କନ୍ୟା । ଏସବୁ ହୋଇଛି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ । ବିବାହ ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବ ପୁଅ ଝିଅଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି । ଗୋଟିଏ ମଣ୍ଡପରେ ୫୫ ଯୋଡ଼ା ବର କନ୍ୟା। ବୈଦିକ ରୀତି ଅନୁସାରେ କଲେ ବିବାହ। ହାତକୁ ଦି ହାତ ହେଲେ ଜନମ ଜନମର ସାଥୀ ହେବାକୁ ଶପଥ ନେଲେ। କନ୍ୟାଦାନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କନ୍ୟା ବିବାହ ଯୋଜନାର ସାମୁହିକ କନ୍ୟା ବିବାହର ପ୍ରଥମ ପର୍ଯ୍ୟାୟ ଗଞ୍ଜାମ ଠାରେ ସରିବା ପରେ କଟକରେ ଏହି ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ସାମୁହିକ କନ୍ୟା ବିବାହ ସମ୍ପାଦିତ ହୋଇଛି। ଆଜି ସୁନ୍ଦରଗଡ଼ରେ ମଧ୍ୟ ସାମୁହିକ ବିବାହ କରାଯାଇଛି । ସେପଟେ ସାତ ଜନମର ସାଥି ହୋଇ ବେଶ୍ ଖୁସି ଅଛନ୍ତି ନବ ଦମ୍ପତି। ସଫଳ ଦାମ୍ପତ୍ୟ ଜୀବନ ପାଇଁ ନେଇଛନ୍ତି ଶପଥ। ସମାଜରେ ଯୌତୁକ ଭଳି ବ୍ୟାଧି ଯେଉଁଭଳି ଭାବେ ମାଡ଼ି ମାଡ଼ି ଚାଲିଛି ତା’କୁ ପ୍ରତିହତ କରି ସୁସ୍ଥ ସମାଜ ଗଢ଼ିବାରେ ଏହି ଯୋଜନା ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ନବ ଦମ୍ପତି। ବାର୍ଷିକ ପ୍ରାୟ ୧୨କୋଟି ଟଙ୍କା ଏହି ଯୋଜନା ବାବଦକୁ ୫ବର୍ଷରେ ପ୍ରାୟ ୬୦କୋଟି ଟଙ୍କା କନ୍ୟା ବିବାହ ଯୋଜନା ଲାଗି ବ୍ୟୟବରାଦ କରାଯାଇଛି ।