ଚଳିତ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟା ଏବଂ ଦଳୀୟ ରଣନୀତିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଦଳ ଅଭିଜ୍ଞ ନେତାମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ।ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ବିହାର ରାଜ୍ୟର ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେହିଭଳି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କୁ ହରିୟାଣା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ । ସେହିଭଳି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେଙ୍କୁ ଓଡ଼ିଶା ଦାୟିତ୍ବ ପ୍ରଦାନ କରାଯାଇଛି ।ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଜେପିର ଏହି ପର୍ଯ୍ୟବେକ୍ଷକ ନିଯୁକ୍ତି ଆଞ୍ଚଳିକ ସମୀକରଣ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ବିହାର, ହରିୟାଣା ଏବଂ ଓଡ଼ିଶା ପାଇଁ ଚଳିତ ରାଜ୍ୟସଭା ନିର୍ବାଚନ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ । କାରଣ ଏହି ରାଜ୍ୟର ପ୍ରତ୍ୟେକ ଆସନର ଗଣିତ ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
Patna: Union Home Minister Amit Shah, BJP National President Nitin Nabin, and Deputy Chief Minister Samrat Choudhary, and Bihar Chief Minister Nitish Kumar and others during the nomination filing for the Rajya Sabha elections in Patna on Thursday, March 05, 2026. (Photo: IANS)