ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
ରାଜଧାନୀରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ମୈତ୍ରୀବିହାର ଥାନା ଅଞ୍ଚଳରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା କମିଶନରେଟ୍ ପୋଲିସ । ଧଉଳି ଥାନା ଅଞ୍ଚଳରୁ ଅନ୍ୟ ଜଣେ ନାବାଳକ ନିଖୋଜ ହୋଇଥିଲେ । ତେବେ ତାଙ୍କ ପତ୍ତା ଏବେଯାଏଁ ମିଳିପାରି ନାହିଁ ।ଏ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ । ପୋଲିସ କମିଶନର କହିଛନ୍ତି, ଗତ ୫ ତାରିଖରେ ଖବର ମିଳିଥିଲା ଯେ ଦୁଇ ନାବାଳିକା ସାଙ୍ଗ ନିଖୋଜ ଅଭିଯୋଗ ହୋଇଥିଲା । ପାଖାପାଖି ସମସ୍ତ ସିସିଟିଭି ଯାଞ୍ଚ କରିଥିଲା ମୈତ୍ରୀବିହାର ଥାନା ପୋଲିସ । ଖୋର୍ଦ୍ଧା, ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାର ବସ୍ଷ୍ଟାଣ୍ଡ ଓ ବିଭିନ୍ନ ଛକରେ ସର୍ଚ୍ଚ କରିବା ସହ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ସମସ୍ତ ଡିଜିଟାଲ ତଥ୍ୟ ଆଧାରରେ ଦୁଇ ନାବାଳିକା ଅନୁଗୋଳ କିଶୋରନଗର ଅଞ୍ଚଳରେ ଥିବା ଜଣାପଡିଥିଲା । ସେଠାରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ନାବାଳିକା ଝିଅ ମାନଙ୍କୁ ପାଇ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ଝିଅ ମାନଙ୍କୁ ପାଇ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକେ ।ସେପଟେ ନାବାଳକ ଜଣଙ୍କ ପତ୍ତା ମିଳିପାରିନାହିଁ । ଯାହାକୁ ନେଇ ତାଙ୍କ ପରିବାର ଲୋକ ଚିନ୍ତାରେ ଅଛନ୍ତି । ପୁଅକୁ ଫେରାଇ ଆଣିବାକୁ ପରିବାର ଲୋକ ପୋଲିସ ନିକଟରେ ଅନୁରୋଧ କରିଛନ୍ତି ।ସେପଟେ ନାବାଳକ ଜଣଙ୍କ ପତ୍ତା ମିଳିପାରିନାହିଁ । ଯାହାକୁ ନେଇ ତାଙ୍କ ପରିବାର ଲୋକ ଚିନ୍ତାରେ ଅଛନ୍ତି । ପୁଅକୁ ଫେରାଇ ଆଣିବାକୁ ପରିବାର ଲୋକ ପୋଲିସ ନିକଟରେ ଅନୁରୋଧ କରିଛନ୍ତି ।