ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା, ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବଦଳିବ ପାଗ

ତାତିରେ ରେକର୍ଡ କଲା ଝାରସୁଗୁଡ଼ା ।  ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି ।  ଯାହା ଏକ ନୂଆ ରେକର୍ଡ । ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା  । ଅନ୍ୟପାଟେ ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।  ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

୮ ତାରିଖ ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।  ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛଇ ।  ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।

Leave a comment