ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ

ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଭିନ୍ନ ଭିନ୍ନ ସ୍ଥାନରେ  ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ ।  ଜଣେ ବଡମ୍ବାର ଓ ଅନ୍ୟ ଜଣେ ଯାଜପୁରର ।  ସେହିପରି ଦିଗମ୍ବରପୂର ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ କେନାଲରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି  ।

କଟକ ବଡମ୍ବା ଟି ସେତୁ ନିକଟରେ ଭାସିଗଲେ ନାବାଳକ ।  ନାବାଳକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ।  ଟି ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଅଘଟଣ ।  ସ୍ଥାନୀୟ ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ ।  ବାଙ୍କୀ ବୈଦେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀ ସ୍ରୋତରୁ ନାବାଳକକୁ ଉଦ୍ଧାର କରି ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରିଥିଲା ।  ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଛନ୍ତି ।

ଯାଜପୁର ରୋଡ଼ ଥାନା ଯୋକଡି଼ଆ ଗାଁ ନିକଟ ନଦୀରେ ଅଘଟଣ । ଖରସ୍ରୋତା ନଦୀରେ ଭାସିଯାଇ ଯୁବକ ମୃତ । ମୃତକ ବ୍ୟାସନଗର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ । ହୋଲି ଖେଳ ସାରି ଗାଧୋଇବା ବେଳେ ଭାସିଯାଇ ସଂଗ୍ରାମଙ୍କର ମୃତ୍ୟୁ ହୋଇଛି ।  ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ଯଖପୁରା ଅଞ୍ଚଳର ସମରଜିତ ମଲିକ ।  ରଙ୍ଗ ଖେଳ ସାରି ଦିଗାମ୍ବରପୁର ଘାଟରେ ଗାଧୋଉଥିବା ସମୟରେ ନଦୀରେ ବୁଡିଯାଇ ମୃତ୍ୟୁ ହୋଇଛି ।

Leave a comment