ଏଥର ତତଲା ହୋଲି

ବିବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ । ସୋମବାର ଏହା ୩୮ ଡିଗ୍ରୀରେ ଛୁଇଁଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଥିଲା। ତାଳଚେରରେ ୩୫.୪ ଡିଗ୍ରୀରୁ ୩୭ ଡିଗ୍ରୀକୁ ବଢ଼ିଛି। ଭୁବନେଶ୍ୱରରେ ବି ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିଛି । ଦିନବେଳା ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେଉଥିଲା ।

ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ। ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ। ପାଣିପାଗ ବିଭାଗ ଏହି ଆକଳନ କରିଛି। ମଙ୍ଗଳବାର ଝାରସୁଗୁଡ଼ା ଓ ସୋନପୁରରେ ୩୮, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ବାରିପଦା, ଭୁବନେଶ୍ୱର ଓ ସମ୍ବଲପୁରରେ ୩୭ ଡିଗ୍ରୀ ରହିପାରେ । ୪ ତାରିଖ(ବୁଧବାର) ଟିଟିଲାଗଡ଼, ସୋନପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୋମବାର ସମ୍ବଲପୁରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬, ଢେଙ୍କାନାଳରେ ୩୬.୬,ତାଳଚେରରେ ୩୭, ପାରଳାଖେମୁଣ୍ଡିରେ ୩୬.୨, ରାଉରକେଲାରେ ୩୬.୩, ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା । ଅନୁଗୁଳରେ ୩୬.୧, ବାରିପଦା ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା ।

Leave a comment