ରଣନୀତି ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର
ମେଟ୍ରୋ ଟିଭି ଓଡିଶା (୧୦.୫.୨୦୨୨)
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଇତିମଧ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ହାତରେ ରହିବ ବ୍ରଜରାଜନଗରର ଡୋରି । ବିଜୟ ପାଇଁ ତିନି ଦଳମାନେ ଏବେଠାରୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଲେଣି ।

ଯଦିଓ କିଏ ଜିତିବ କିଏ ହାରିବ କହିବା ମୁସ୍କିଲ, ତେବେ ରାଜନୈତିକ ପାଣିପାଗର ସ୍ଥିତି କିନ୍ତୁ ଶାସକ ଦଳ ସପକ୍ଷରେ ଯିବାର ସମ୍ଭାବନା ଅଧିକ । ଅଧିକାଂଶ ସମୟରେ କ୍ଷମତାରେ ଥିବା ଦଳମାନେ ହିଁ ଉପନିର୍ବାଚନରେ ବିଜୟ ହାସଲ କରିଥାନ୍ତି ।

ତେବେ ନିର୍ବାଚନ ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏପରି ଆକଳନ କରିବା ଠିକ୍ ନୁହେଁ । ନିକଟରେ ରାଜ୍ୟରେ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, ମେୟର ନିର୍ବାଚନରେ ବିଜେଡି ଆଶାତୀତ ସଫଳା ହାସଲ କରିଥିଲା । ତେଣୁ ଦଳ କିପରି ପୁଣି ଥରେ ନିଜର ବିଜୟ ଜାରି ରଖିପାରିବ, ସେଥିପାଇଁ ନେତାମାନେ ଜୋରସୋରରେ ଲାଗି ପଡ଼ିଛନ୍ତି ।