ବିଜେପିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଡାକରା । ରାଜ୍ୟସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା ।ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ମନ୍ତ୍ରୀ ଏବଂ ବିଧାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଛବି ମଲ୍ଲିକ, ଅଶୋକ ମହାନ୍ତି, ଜଲେନ୍ ନାୟକ, କେ. ଅନୀଲ କୁମାର, ସିମାରାଣୀ ନାୟକ, ରଘୁନାଥ ଜଗଦଲ୍ଲା, ଆଶ୍ରିତ ପଟ୍ଟନାୟକ, ଫକୀର ନାୟକ, ଜୟ ଢୋଲକିଆ, ବିଭୂତି ପ୍ରଧାନ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ପ୍ରମୁଖ ପହଞ୍ଚିଛନ୍ତି ।ନିକଟରେ ରାଜ୍ୟସଭା ନିର୍ବାଚନ ଥିବାରୁ ଦଳର ରଣନୀତି ଏବଂ ପ୍ରାର୍ଥୀ ଚୟନ କ’ଣ ହୋଇପାରେ ସେ ନେଇ ହୁଏତ ଏହି ଜରୁରୀ ବୈଠକରେ ଆଲୋଚନା ହୋଇପାରେ । ତେବେ କାହାକୁ ବିଜେପି ପ୍ରାର୍ଥୀ କରିବ ସେ ନେଇ ଦଳ କାର୍ଡ ଓପନ୍ କରିନଥିବା ବେଳେ ବିଜେପି କ୍ୟାମ୍ପ୍ ଉପରେ ରହିଛି ସମସ୍ତଙ୍କ ନଜର । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଦୁଇଟି ରାଜ୍ୟସଭା ସିଟ୍ ନିର୍ଦ୍ବନ୍ଦ୍ବରେ ବିଜେପି ବାଜିମାତ୍ କରିବା ସୁନିଶ୍ଚିତ । ଏବେ ସମସ୍ତଙ୍କ ନଜର ୪ର୍ଥ ରାଜ୍ୟସଭା ସିଟ୍ ଉପରେ ରହିଛି । କାରଣ ବିଜେଡି ନିଜ ଦଳର ସଂଖ୍ୟା ଅନୁସାରେ ୩ୟ ଆସନ ହାସଲ କରିବା ଥୟ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ