ବିଜେପିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଡାକରା । ରାଜ୍ୟସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା ।ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ମନ୍ତ୍ରୀ ଏବଂ ବିଧାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଛବି ମଲ୍ଲିକ, ଅଶୋକ ମହାନ୍ତି, ଜଲେନ୍ ନାୟକ, କେ. ଅନୀଲ କୁମାର, ସିମାରାଣୀ ନାୟକ, ରଘୁନାଥ ଜଗଦଲ୍ଲା, ଆଶ୍ରିତ ପଟ୍ଟନାୟକ, ଫକୀର ନାୟକ, ଜୟ ଢୋଲକିଆ, ବିଭୂତି ପ୍ରଧାନ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ପ୍ରମୁଖ ପହଞ୍ଚିଛନ୍ତି ।ନିକଟରେ ରାଜ୍ୟସଭା ନିର୍ବାଚନ ଥିବାରୁ ଦଳର ରଣନୀତି ଏବଂ ପ୍ରାର୍ଥୀ ଚୟନ କ’ଣ ହୋଇପାରେ ସେ ନେଇ ହୁଏତ ଏହି ଜରୁରୀ ବୈଠକରେ ଆଲୋଚନା ହୋଇପାରେ । ତେବେ କାହାକୁ ବିଜେପି ପ୍ରାର୍ଥୀ କରିବ ସେ ନେଇ ଦଳ କାର୍ଡ ଓପନ୍ କରିନଥିବା ବେଳେ ବିଜେପି କ୍ୟାମ୍ପ୍ ଉପରେ ରହିଛି ସମସ୍ତଙ୍କ ନଜର । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଦୁଇଟି ରାଜ୍ୟସଭା ସିଟ୍ ନିର୍ଦ୍ବନ୍ଦ୍ବରେ ବିଜେପି ବାଜିମାତ୍ କରିବା ସୁନିଶ୍ଚିତ । ଏବେ ସମସ୍ତଙ୍କ ନଜର ୪ର୍ଥ ରାଜ୍ୟସଭା ସିଟ୍ ଉପରେ ରହିଛି । କାରଣ ବିଜେଡି ନିଜ ଦଳର ସଂଖ୍ୟା ଅନୁସାରେ ୩ୟ ଆସନ ହାସଲ କରିବା ଥୟ ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା