ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ,୩୬ ଡିଗ୍ରୀ ଉପରେ ରହିଛି ୩ସହରର ତାପମାତ୍ରା

ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା । ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ୩୬ ଡିଗ୍ରୀ ଉପରେ ରହିଛି ୩ସହରର ତାପମାତ୍ରା । ୩୬.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପାଲଟିଛି ଝାରସୁଗୁଡ଼ା । ଭୁବନେଶ୍ବର ଓ ସୋନପୁରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦୁଇରୁ ୩ ଦିନ ମଧ୍ୟରେ ତାପମାତ୍ରା ୩୬ ଡିଗ୍ରୀରୁ ବଢି ୩୭ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ବିଶେଷକରି ଝାରସୁଗୁଡା, ସୋନପୁର, ଟିଟିଲାଗଡ ଓ ଭୁବନେଶ୍ବର ଭଳି ସହରରେ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବା ସହ ଗୁଳୁଗୁଳି ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ  ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ ବ୍ୟବହାର ହେଉଥିବା ମିସାଇଲ ଓ ଅସ୍ତ୍ରର ବ୍ୟବହାର ପାଣିପାଗ ଉପରେ ପ୍ରଭାବ ପକାଇବ । ଏପିରିକି ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ପ୍ରାୟତଃ ଭାରତରେ ଇରାନ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଯାହାକି ଗରମ ପବନ ଥାଏ । ତେଣୁ ମିସାଇଲ ଆକ୍ରମଣ ବୃଦ୍ଧି ଲାଗି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରେ। ଏଥିସହିତ ଏହି କିଛି ଦିନ ମଧ୍ୟ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।

Leave a comment