ୟୁଜର୍ସଙ୍କ ସୁବିଧାକୁ ନଜରରେ ରଖି ଏହି ଟେଲିକମ୍ କମ୍ପାନୀ ଆଣିଲେ ଧମାକେଦାର ଅଫର
ଭାରତରେ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ୟୁଜର୍ସମାନେ ସିନେମା ହଲ୍ କିମ୍ବା ଟିଭି ଉପରେ ନିର୍ଭରଶୀଳ ନୁହଁନ୍ତି । ବିଭିନ୍ନ ଭାଷାରେ ଥିବା କଣ୍ଟେଣ୍ଟକୁ ଯେକୌଣସି ସମୟରେ ମୋବାଇଲ୍ ଫୋନ୍ରେ ଦେଖି ପାରୁଛନ୍ତି ୟୁଜର୍ସ । ତେଣୁ ୟୁଜର୍ସଙ୍କ ସୁବିଧାକୁ ନଜରରେ ରଖି ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନ୍ ସହିତ OTT ସବସ୍କ୍ରିପସନକୁ ଯୋଡ଼ିବା ଆରମ୍ଭ କରିଛନ୍ତି ।
ପ୍ରତ୍ୟେକ ପ୍ଲାଟଫର୍ମ ପାଇଁ ଅଲଗା ଅଲଗା ପେମେଣ୍ଟ କରିବା ବଦଳରେ ଲୋକମାନେ ଗୋଟିଏ ରିଚାର୍ଜରେ ଏକାଧିକ ପ୍ଲାନ ନେବାକୁ ସୁବିଧାଜନକ ମନେ କରୁଛନ୍ତି । ଏନେଇ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହେଉଛି । ଏହି କାରଣରୁ କମ୍ପାନୀଗୁଡ଼ିକ ମୋବାଇଲ୍ ରିଚାର୍ଜ ସମୟରେ OTT ସବସ୍କ୍ରିପସନ୍ ଦେବା ଆରମ୍ଭ କରିଛନ୍ତି । ତେବେ କେଉଁ କମ୍ପାନୀରେ କେମିତି ସୁବିଧା ମିଳୁଛି ଆସନ୍ତୁ ଜାଣିବା ।
Airtel ପ୍ଲାନରେ OTTର ସୁବିଧା :
Airtel ଏହାର ମିଡ୍-ରେଞ୍ଜ ଏବଂ ପ୍ରିମିୟମ୍ ପ୍ଲାନରେ OTT ସର୍ଭିସ ସାମିଲ ରଖିଛି । ଅନେକ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଅପ୍ସନ ସହିତ Netflix, Disney+ Hotstar, Zee5, ଏବଂ Airtel Xstream Play ଭଳି ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ ଦେଇଛି Airtel । ଭିନ୍ନ ଭିନ୍ନ ରିଚାର୍ଜ ପ୍ଳାନରେ ଖାସ୍ ଫରକ ହେଉଛି ଡାଟା ଲିମିଟ୍ ଏବଂ ଭାଲିଡିଟି ।
Jio ସହିତ ଅଧିକ ଷ୍ଟ୍ରିମିଂ ଅପ୍ସନ୍ :
ରିଲାଏନ୍ସ Jio ଏହାର ରିଚାର୍ଜ ପ୍ଲାନରେ ଏକାଧିକ OTT ପ୍ଲାଟଫର୍ମକୁ ରଖିଛି । ଏବେ ଜିଓ ସବୁବେଳେ ୟୁଜର୍ସଙ୍କ ପସନ୍ଦରେ ରହିଛି । କିଛି ପ୍ଲାନରେ Amazon Prime Video, Disney+ Hotstar, SonyLIV, Zee5, Discovery+, ଏବଂ JioCinema ପରି ସର୍ଭିସ ଦେଉଛି Jio । କିଛି ପ୍ଲାନ୍ ରେ Netflix ମଧ୍ୟ ସାମିଲ କିନ୍ତୁ ଏହି ଫିଚର ସମସ୍ତ ପ୍ଲାନରେ ଆଡ୍ ହୋଇନାହିଁ । Jioର ବାର୍ଷିକ ପ୍ୟାକେଜରେ ଫିଲ୍ମ, ସ୍ପୋର୍ଟ୍ସ ଏବଂ ଅରିଜିନାଲ ଶୋ’ଗୁଡ଼ିକୁ ଦେଖିବା ସହଜ ହୁଏ ।
Vi ର ଲଙ୍ଗ୍ ଭାଲିଡିଟି ପ୍ଲାନ୍ :
Vodafone Idea, ଯାହା Vi ଭାବରେ ମଧ୍ୟ ଜଣାଶୁଣା । Vi ନିଜ ପ୍ଲାନରେ ଲଙ୍ଗ୍ ଭାଲିଡିଟିକୁ ଗୁରୁତ୍ୱ ଦିଏ । ଏହାର କିଛି ରିଚାର୍ଜ ଅପ୍ସନରେ Netflix ରହିଛି । ଏହା ସହିତ Vi ମୁଭିଜ୍ ଏବଂ ଟିଭିର ଆକ୍ସେସ୍ ଦେଉଛି Vi । କିଛି Vi ପ୍ଲାନରେ ରାତି ୧୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଅନଲିମିଟେଡ୍ ଡାଟା ଅଫର ମିଳେ ।
ଯଦି ଆପଣ କେବଳ OTT ଆକ୍ସେସ୍ ଚାହୁଁଛନ୍ତି, ତେବେ Airtel ଆପଣଙ୍କ ପାଇଁ ବେଷ୍ଟ ହେବ । ଯଦି ଆପଣଙ୍କୁ ଏକାଧିକ ପ୍ଲାଟଫର୍ମ ଆବଶ୍ୟକ, ତେବେ Jio ଭଲ ଅପ୍ସନ୍ ହୋଇପାରେ । କିନ୍ତୁ ଯେଉଁମାନେ ଲଙ୍ଗ୍ ଭାଲିଡିଟି ଏବଂ ଅଧିକ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ Vi ଫିଟ୍ ହେବ ।