ଭୁବନେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୋଫାନ ଓ ବର୍ଷା ହୋଇଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି।ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ପବନ ବହିବା ସହିତ ଗଛ, ବିଦ୍ୟୁତ ଖୁଣ୍ଟ ଓ କିଛି ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ଜଳାର୍ଣ୍ଣବ ସୃଷ୍ଟି ହୋଇଥିଲା, ଯାହା ଫଳରେ ଯାତାୟତ ବ୍ୟବସ୍ଥା ବିଘ୍ନିତ ହୋଇଥିଲା।ଜନପଥରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ରସୁଲଗଡ଼, ପଳାଶୁଣୀ, ରାଜମହଲ ଓ କଟକରୋଡ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ବର୍ଷା ହେବାରୁ ସନ୍ଧ୍ୟା ସମୟରେ ଥଣ୍ଡା ପବନ ପ୍ରବାହିତ ହେଉଥିଲା। ପାଗର ଏହି ଅଚାନକ ପରିବର୍ତ୍ତନ ସହରବାସୀଙ୍କୁ ଥଣ୍ଡା ଅନୁଭୂତି ଆଣି ଦେଇଛି।

Leave a comment