ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଛି ନିଆଁ,ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ

ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ । ନିଆଁକୁ ଆୟତ କରିବା ବର୍ତ୍ତମାନ ସମ୍ଭବ ହେଉନାହିଁ । ତେଣୁ ଫୋମର ସହାୟତା ନିଆଯିବ । ଅଗ୍ନିଶମ ଗାଡ଼ି ସମ୍ପୂର୍ଣ ଭାବରେ ମହଜୁଦ ଅଛି । ପାଣି ଦ୍ଵାରା ନିଆଁ ଲିଭିଭା ସମ୍ଭବ ହେଉ ନାହିଁ । ଘରର ଚତୁର୍ଥ ମହଲାକୁ ପ୍ରବେଶ କରିବା ସମ୍ଭବ ହେଉ ନାହିଁ । ଯାହାଦ୍ବାରା କାନ୍ଥ ଭଙ୍ଗା ଯାଇଛି । ଏବେ ଆଶା କରିବା ନିଆକୁ ଆୟତ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ଜଳୁଛି ସୁପର ମାର୍ଟ।

ଗତକାଲି ରାତିରୁ ଲାଗିଛି ନିଆଁ । ଦୀର୍ଘ ୧୦ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି। ଭୁବନେଶ୍ବର ଶିଶୁପାଳଗଡ ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଯାଇଛି ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ। ପୋଡ଼ି ପାଉଁଶ ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଛି ନିଆଁ। ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ। ତୃତୀୟ ମହଲାରେ ଥିବା ଅନେକ ପ୍ଲାଏ, ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁ ଭୟାନକ ରୂପ ନେଇଥିଲା। ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

Leave a comment