ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ନୟାଗଡ ବନ୍ଦ ଡାକରା
ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ ।ନୟାଗଡ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦୀର୍ଘଦିନ ହେଲା ବହୁ ସଂଗଠନ ଦାବି କରିଆସୁଥିବାବେଳେ ବଜେଟରେ ନୟାଗଡ ପାଇଁ ହୋମିଓପାଥିକ କଲେଜ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ଜନସାଧାରଣ ଗ୍ରହଣ କରିଥିଲେ ମଧ୍ଯ ନୟାଗଡରେ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି । ଆଜିର ଏହି ବନ୍ଦପାଳନରେ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି