ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଜିମ୍ବାୱେ

କ୍ରିକେଟ ଏକ ଅନିଶ୍ଚିତତାର ଖେଳ ।  ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟି 20 ବିଶ୍ବକପ  । ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ  ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ୧୭୯ ରନ୍‌ର ଟାର୍ଗେଟକୁ ହାସଲ କରିଛି ଜିମ୍ବାୱେ । ଏଥି ସହ ଗ୍ରୁପ୍ ବିରେ ଶୀର୍ଷରେ ରହି ଅପରାଜିତ ଭାବେ ସୁପର-୮ରେ ପହଞ୍ଚିଛି ଏହି ଆଫ୍ରିକୀୟ ଦଳ ।

ବ୍ରାୟନ୍ ବେନେଟ୍‌ଙ୍କ ଅର୍ଦ୍ଧଶତକ ଏବଂ ସିକନ୍ଦର ରାଜାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଜିମ୍ବାୱେ ୬ ଉଇକେଟରେ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏହି ଜୟ ସହିତ ଆଫ୍ରିକୀୟ ଦଳଟି ଟି୨୦ ବିଶ୍ୱକପ୍‌ର ସୁପର-୮ପର୍ଯ୍ୟାୟକୁ  ଅପରାଜିତ ଭାବେ ପ୍ରବେଶ କରିଛି । ଏତେ ବଡ଼ ଲକ୍ଷ୍ୟ ପିଛା କରିବା ସମୟରେ ଜିମ୍ବାୱେ ସନ୍ତୁଳିତ ଓ ଶକ୍ତିଶାଳୀ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ବେନେଟ୍ ୪୮ ବଲରେ ଅପରାଜିତ ୬୩ ରନ କରିଥିଲେ । ଏବଂ ରାଜା ୨୬ ବଲରେ ୪୫ ରନ୍ କରିଥିଲେ । ଦଳଟି ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

Leave a comment