YouTube ସର୍ଭର ଡାଉନ୍
ଅଚାନକ୍ ଠପ୍ ହୋଇଛି YouTube ସର୍ଭିସ୍ । କୋଟି କୋଟି ୟୁଜର ଏହାର ରିପୋର୍ଟ ବି କରିଛନ୍ତି । ଭାରତ ସମେତ ଦୁନିଆର ଅନେକ ଦେଶରେ YouTube ସର୍ଭର ଡାଉନ୍ ରହିଛି । ଆଜି ସକାଳୁ ୟୁଜର YouTube ଭିଜିଟ୍ କଲେ ସ୍କ୍ରିନରେ something went wrong ର ମେସେଜ୍ ନଜର ଆସିଲା । ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକ ଡାଉନଡିଟେକ୍ଟର ଏହାର ରିପୋର୍ଟ କରାଇଛନ୍ତି । ସାରା ଦୁନିଆରେ ପ୍ରଭାବିତ ହୋଇଛି YouTube ସର୍ଭିସ୍ । YouTube ହୋମପେଜ୍ ଡାଉନଲୋଡ୍ ହୋଇପାରୁନି । କିଛି ତ୍ରୁଟି ଥିବାର ମେସେଜ୍ ଦେଖାଉଛି । ଯାହାର ସ୍କ୍ରିନସଟ୍ ବି ୟୁଜର୍ସ ସେୟାର କରିଛନ୍ତି । ଭାରତ, ବ୍ରିଟେନ୍, ଆମେରିକା ସମେତ ଅନେକ ଦେଶରେ YouTube ପ୍ରଭାବିତ ହୋଇଛି । ସାରା ଦୁନିଆରେ ପୋର୍ଟାଲ ସର୍ଭିସ୍ ଏବଂ ଆଉଟେଜ୍ ଟ୍ରାକ୍ କରୁଥିବା ୱେବସାଇଟ୍ ଡାଉନଡିଟେକ୍ଟର ବି YouTube ଡାଉନ୍ ହେବାର ସୂଚନା ଦେଇଛି । ଏହି ସମସ୍ୟା ପୋର୍ଟାଲ ଓ ଆପରେ ମଧ୍ୟ ଦେଖିବାକୁ ମିଳିଛି ।