ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନ ଖାନଙ୍କ ପିତା ସଲିମ ଖାନ
ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ସଲିମ୍ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି । ସଲିମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ପ୍ରଶଂସକମାନେ ଗଭୀର ଚିନ୍ତିତ ଏବଂ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ।
ପରିବାର ପକ୍ଷରୁ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ସଲିମଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ମାତ୍ରେ, ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକଟ କରି ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ବେଳେ ସଲମାନ ଖାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ସଲମାନ ଗାଡ଼ିରୁ ଓହ୍ଲାଇ ବାପାଙ୍କୁ ଦେଖିବାକୁ ହସପିଟାଲକୁ ପହଞ୍ଚିଛନ୍ତି ।
ସଲିମ ଖାନ ତାଙ୍କ କ୍ୟାରିଅରରେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ସଲିମ-ଜାଭେଦ ଯୋଡ଼ି ୭୦ ଦଶକରେ ଏକ ହିଟ୍ ଫିଲ୍ମ ଦେଇଥିଲେ । “ଦିୱାର,” “ଜଞ୍ଜିର,” ଏବଂ “ଡନ୍” ଭଳି ବ୍ଲକବଷ୍ଟର ଫିଲ୍ମ ରହିଛି ।