ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ।
ସୂଚନା ଯୋଗ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଉତ୍ତମ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭାବେ କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ରହିଛି । ବର୍ତ୍ତମାନ ମଧ୍ଯ ସେ ରୋଗୀଙ୍କୁ ସେବା ଯୋଗାଉଥିଲେ। ବୁର୍ଲାସ୍ଥିତ ତତ୍କାଳୀନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ମହା ବିଦ୍ଯାଳୟରେ ଏମ୍ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଚିକିତ୍ସକ ଭାବେ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲ ।