“ହୀର ରାଞ୍ଝା” ଫିଲ୍ମ ଆଣୁଛନ୍ତି ଇମତିଆଜ୍ ଅଲି

ଇମତିଆଜ୍ ଅଲି ହିନ୍ଦୀ ସିନେମାକୁ ଏବେ କିଛି ସୁନ୍ଦର ଲଭଷ୍ଟୋରୀ ଦେଇଛନ୍ତି । ପୂର୍ବରୁ “ଜବ୍ ୱି ମେଟ୍” ଏବଂ “ଲୈଲା ମଜନୁ” ଭଳି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ ଇମତିଆଜ୍ ଅଲି । ସେ ଏବେ ଦର୍ଶକଙ୍କ ପାଇଁ ଆଉ ଏକ ଲଭଷ୍ଟୋରୀ ଆଣିଛନ୍ତି ଏବଂ ଏକତା କପୁରଙ୍କ ସହିତ ହାତ ମିଳାଇଛନ୍ତି । ୨୦୧୮ ମସିହାରେ ଇମତିଆଜ୍ ଅଲି ଏବଂ ଏକତା କପୁର ଏହାଠି ମିଶି “ଲୈଲା ମଜନୁ” ତିଆରି କରିଥିଲେ । ଯାହା ପୁଣି ଥରେ ରିଲିଜ୍ ହୋଇ ବଡ଼ ହିଟ୍ ହାସଲ କରିଥିଲା । ଏବେ ସେମାନେ ପୁଣି ଏକାଠି “ହୀର ରାଞ୍ଝା”ର ଏକ ଲଭଷ୍ଟୋରୀ ଆଣିଛନ୍ତି । ଏହି ଫିଲ୍ମ ସମ୍ପର୍କରେ ଭାଲେଣ୍ଟାଇନ୍ସ ଡେ’ରେ ଘୋଷଣା କରାଯାଇଥିଲା । ଏଥିସହ ଇମତିଆଜ୍ ଅଲି ଏକ ଭିଡିଓ ସେୟାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଷ୍ଟାରମାନଙ୍କ ନାମ ସାମ୍ନାକୁ ଆସି ନାହିଁ ।

ଫେବୃଆରୀ ୧୪ରେ “ହୀର ରାଞ୍ଝା” ଘୋଷଣା କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, “କିଛି ପ୍ରେମ କାହାଣୀ କେବେ ଶେଷ ହୁଏ ନାହିଁ । “ଲୈଲା ମଜନୁ”ଠୁ “ହୀର ରାଞ୍ଝା”ପର୍ଯ୍ୟନ୍ତ ଏହି ଐତିହ୍ୟ ଜାରି ରହିବ ।”ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି ନିର୍ମାତାମାନେ ଘୋଷଣା କରିଥିଲେ । ଏହି ଫିଲ୍ମରେ ହିର ଏବଂ ରାଞ୍ଝା ଭୂମିକାରେ କିଏ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।

ଇମତିଆଜ୍ ଅଲି ଘୋଷଣା ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ସୋସିଆଲ ମିଡିଆରେ ଘୋଷଣା ହେବା ପରେ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ତଥାପି, ନିର୍ମାତାମାନେ ମୁଖ୍ୟ ଭୂମିକାରେ କାହାକୁ କାଷ୍ଟ କରୁଛନ୍ତି ତାହା ସମୟ ହିଁ କହିବ । ୨୦୨୪ରେ ଏହି ଫିଲ୍ମଟି ହଲରେ ପୁଣି ରିଲିଜ୍ ହୋଇଥିଲା । ଯାହା ୧୧.୫୦ କୋଟି ଟଙ୍କା ରୋଜଗାର କରିଥିଲା ।

Leave a comment