ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ, ଘର ବାହାରେ ସୁରକ୍ଷା ବଢ଼ାଇଛି ପୋଲିସ

ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ। ମଙ୍ଗଳବାର ରଣବୀରଙ୍କୁ ଏକ ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଭଏସନୋଟରେ ରଣବୀରଙ୍କୁ ୧ କୋଟି ଟଙ୍କା ଦେବାକୁ କୁହାଯାଇଥିବାବେଳେ, ନଦେଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।

ତେବେ ଏହି ଧମକ ମିଳିବା ପରେ ରଣବୀର ମୁମ୍ବାଇ ପୋଲିସରେ ଫେରାଦ ହୋଇଛନ୍ତି। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ରଣବୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇଛି। ଭଏସ ନୋଟ ଆସିଥିବା ନମ୍ବରର ଯାଞ୍ଚ । ଭଏସନୋଟ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ର ବୋଲି କହିଥିବା ଜଣାପଡ଼ିଛି।

ସୂଚନାଥାଉକି, ଏହା ପୂର୍ବରୁ ରବିବାର ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ଘର ବାହାର ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ଏହି ଘଟଣାରେ ପୁନେ ପୋଲିସ ୫ ଜଣକୁ ଅଟକ ରଖିଛି।

ପୋଲିସର ପୋଲିସର ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ୯ ମହଲା କୋଠାର ପ୍ରଥମ ମହଲାରେ ରାତି ପ୍ରାୟ ୧୨ ଟା ୪୫ ସମୟରେ ଗୁଳି ଚଳାଇଥିଲେ। ଅତି କମରେ ପାଞ୍ଚ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଯେଉଁଥିରେ ଗୋଟିଏ ଗୁଳି ବିଲ୍ଡିଂରେ ଥିବା ଏକ ଜିମର କାଚରେ ବାଜିଥିଲା। ଜଣାପଡ଼ିଥିଲା ଯେ, ଏମାନେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ବିରୋଧ କରି ଏହି ଗୁଳିକାଣ୍ଡ କରିଥିଲେ।

Leave a comment