ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ପ୍ରେମୀ ଯୁଗଳ

‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ଅଢେଇ ଅକ୍ଷର ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଦିବସର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ପ୍ରଥମ ଦିନ ଗୋଲାପ ଡେ ଥିଲା ଏବଂ ଅନେକ ପୁଅ ଝିଅ ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠା ଭରିବେ ପ୍ରେମୀ ଯୁଗଳ ମାନେ । ପରସ୍ପରକୁ ଚକଲେଟ୍‌ ଖୁଆଇ ପ୍ରେମୀଯୁଗଳ ମାନେ ସମ୍ପର୍କ‌କୁ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ସେମାନେ ।

ପ୍ରେମରେ କୌଣସି ନଥାଏ ସୀମା ସରହଦ । ଏଥିରେ କିଛି ପାଇବାର ଆଶା କମ୍ ଉତ୍ସର୍ଗ ହିଁ ଅଧିକ ରହିଥାଏ । ଆଜିର ଦିନକୁ ସ୍ପେସାଲ କରିବା ପାଇଁ ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ । ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି ।

ଚକୋଲେଟ ଡେ’ରେ ଜଣେ ଅନ୍ୟ ଜଣଙ୍କୁ ଚକୋଲେଟ୍ ଦେଇ ନିଜ ଭାବନାକୁ ପ୍ରକାଶ କରିଥାଏ । ଗୋଟିଏ ପଟେ ଯୁବ ପୀଢି ନିଜ ସାଥୀଙ୍କ ସହିତ ଚକୋଲେଟ୍ ସେୟାର କରୁଥିବା ବେଳେ ଅନ୍ୟ ପକ୍ଷରେ ସାଧାରଣ ଲୋକ ଚକୋଲେଟର ଆଦାନ ପ୍ରଦାନ କରି ନିଜ ସମ୍ପର୍କ ମଧ୍ୟରେ ଥିବା ମନୋମାଳୀନକୁ ଦୂର କରିଥାନ୍ତି । ଚକୋଲେଟ ଡେ’ ଏପରି ଏକ ଦିନ ଯେଉଁ ଦିନ ଆମେ ଅନ୍ୟ ଜଣଙ୍କୁ ଚକୋଲେଟ୍ ଦେଇ ନିଜ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଧୁର କରିପାରିବା ।

Leave a comment