ଭୂକମ୍ପରେ ଥରିଲା ସିକ୍କିମ , ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ରେକର୍ଡ

ଭୂକମ୍ପରେ ଥରିଲା ସିକ୍କିମ। ସିକ୍କିମ୍ର ଗ୍ୟାଲସିଂରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ସିକ୍କିମର ଗ୍ୟାଲସିଂରେ ସକାଳ ୧:୦୯ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୫ ଥିଲା। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଯାହା ଫଳରେ ବ୍ୟାପକ ଅରାଜକତା ସୃଷ୍ଟି ହୋଇଥିଲା।ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ବଡ଼ କ୍ଷୟକ୍ଷତି କିମ୍ବା ଜୀବନ ହାନୀର କୌଣସି ରିପୋର୍ଟ ମିଳିନାହିଁ, ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଲୋକମାନଙ୍କୁ ସଚେତନ କରିଛି । କହିବାକୁ ଗଲେ ମଙ୍ଗଳବାର ଦିନ, କୋଲକାତା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା।ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସିତବେ ନିକଟରେ ଅବସ୍ଥିତ ଥିଲା। ଏହି ସ୍ଥାନଟି ୟେନାଙ୍ଗୟାଙ୍ଗର ୯୫ କିଲୋମିଟର ପଶ୍ଚିମରେ ଏବଂ ବାଂଲାଦେଶର କକ୍ସ ବଜାରରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ରାତିରେ ହଠାତ୍ ଭୂକମ୍ପ ଯୋଗୁଁ କୋଲକାତାର ଉଚ୍ଚ କୋଠା ଘରର ବାସିନ୍ଦାମାନେ ଖୋଲା ପଡ଼ିଆକୁ ପଳାଇ ଯାଇଥିଲେ।

Leave a comment