ଭକ୍ତ ଦାସ ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ – ଏକାମ୍ର ବିଧାୟକ ବାବୁ ସିଂହ
ରାଜ୍ୟସଭା ନିର୍ବାଚନ ଚତୁର୍ଥ ସିଟ୍ ନେଇ ନବୀନ-ଭକ୍ତ ଭେଟଘାଟ ପ୍ରସଙ୍ଗରେ ଭକ୍ତ ଦାସଙ୍କୁ ତେରେଛା ବାଣ ମାରିଲେ ଏକାମ୍ର ବିଧାୟକ ବାବୁ ସିଂହ । ଭକ୍ତ ଦାସ ନିଜ ଗଡ଼ରେ ନିଜେ ଛିଡା ହେବା ପାଇଁ ଚେଷ୍ଟା କରନ୍ତୁ ବୋଲି ବାବୁ ସିଂହ କହିଛନ୍ତି । କଂଗ୍ରେସ ବିଧାୟକ ତାଙ୍କ ଦଳ ପ୍ରାର୍ଥୀକୁ ସମର୍ଥନ କରିବେ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ ।ପିସିସି ସଭାପତି ଭକ୍ତ ଦାସ ପୂର୍ବରୁ ଏକ ପ୍ରସଙ୍ଗରେ ବିଜେଡିକୁ ସହଯୋଗ ମାଗିଥିଲେ। ଭକ୍ତ ଦାସ ନିଜ ଗୋଡ଼ରେ ନିଜେ ଛିଡା ହେବା ପାଇଁ ଚେଷ୍ଟା କରନ୍ତୁ। ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ । କଂଗ୍ରେସ ବିଧାୟକ ତାଙ୍କ ଦଳ ପ୍ରାର୍ଥୀକୁ ସମର୍ଥନ କରିବେ ତ ? ସେ ସହଯୋଗ ଆଗ ନିଜ ଦଳ ଭିତରୁ ମାଗି ସାରନ୍ତୁ। ତାପରେ ବାହାର ଦଳ ପାଖକୁ ଯିବେ । ବିଜେପି ତାର ନିଜ ସକ୍ଷମରେ ଦୁଇଟି ସିଟ୍ ଜିତୁଛି । ଅପେକ୍ଷା କରନ୍ତୁ ରେଜଲ୍ଟ କ’ଣ ହେଉଛି ବୋଲି ବାବୁ ସିଂହ କହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥି ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ସିଟ୍ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ । ଚତୁର୍ଥ ସିଟ୍କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି । ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।