ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି।ଏହାପରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିବେ। ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଛନ୍ତି। ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା’ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଛନ୍ତି। ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ଅଛନ୍ତି। ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଛି। ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ ଅଛନ୍ତି  ।

Leave a comment