Apple ଲଞ୍ଚ କରିଛି ନୂଆ AirTag,ଜାଣନ୍ତୁ AirTag ର ଫିଚର୍ସ
Apple ଲର୍ଭସଙ୍କ ପାଇଁ ଆସିଲା ଖାସ୍ ଖବର, ଯାହାକୁ ଣୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । Apple ଲଞ୍ଚ କରିଛି ଏକ ନୂଆ AirTag । ଟେକ୍ ଜିଆଣ୍ଟ ଆପଲ୍ ଏହାର ସବୁଠାରୁ ପପୁଲାର ଟ୍ରାକିଂ ଡିଭାଇସର ଏକ ନୂଆ ଭର୍ସନ ଲଞ୍ଚ କରିଛି । ୨୦୨୧ ରେ ଲଞ୍ଚ ହୋଇଥିବା ପ୍ରଥମ ମଡେଲକୁ ଅନୁସରଣ କରି, କମ୍ପାନୀ ଏବେ ସେକେଣ୍ଡ ଜେନେରେସନର ଏୟାରଟ୍ୟାଗ୍ ଉପସ୍ଥାପନ କରିଛି । ଏହି ନୂଆ ଲଞ୍ଚ ପରେ, ପୁରୁଣା ମଡେଲର ସେଲ୍ ତୁରନ୍ତ ବନ୍ଦ କରାଯାଇଛି । ଭାରତରେ ନୂଆ ଏୟାରଟ୍ୟାଗର ମୂଲ୍ୟ ଗୋଟିଏ ପିସ୍ ପାଇଁ ୩,୭୯୦ ଟଙ୍କା ଏବଂ ୪-ପ୍ୟାକ୍ ପାଇଁ ୧୨,୯୦୦ ଟଙ୍କା ରଖାଯାଇଛି । ଏହାର ପ୍ରଥମ ସେଲ୍ ଏହି ସପ୍ତାହ ଶେଷ ସୁଦ୍ଧା ଆରମ୍ଭ ହେବ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।
AirTag ର ଫିଚର୍ସ:
ନୂଆ AirTagର ଲୁକ୍ ଏବଂ ଆକାର ସମାନ ରହିଛି । ଏଥିରେ ଏକ କମ୍ପାକ୍ଟ ଡିଜାଇନ୍ ରହିଛି, ଯାହା ଦ୍ଵାରା ଆପଣ ଏହି ମେଟଲ ଟ୍ରାକରକୁ ବ୍ୟାଗ, ୱାଲେଟ୍ କିମ୍ବା କୀଚେନରେ ଖୁବ୍ ସହଜରେ ଲଗାଇପାରିବେ । ହେଲେ, Apple ଏହାର ଇଣ୍ଟରନାଲ୍ ହାର୍ଡୱେରରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ ଦାବି କରିଛି ଯେ ନୂଆ AirTag ଏବେ ୫୦% ଅଧିକ ରେଞ୍ଜ ପ୍ରଦାନ କରିବ ।
ଏହାର ଅର୍ଥ ହେଉଛି ୟୁଜର୍ସମାନେ ପୂର୍ବ ଅପେକ୍ଷା ବହୁତ ଦୂରରେ ଥିବା ଜିନିଷଗୁଡ଼ିକୁ ଅତି ସହଜରେ ଟ୍ରାକ୍ କରିପାରିବେ । ବଢ଼ିଥିବା ରେଞ୍ଜ ଆପଲର ସେକେଣ୍ଡ ଜେନେରେସନ୍ ଅଲଟ୍ରା ୱାଇଡବ୍ୟାଣ୍ଡ (UWB) ଚିପ୍ ଯୋଗୁଁ ହୋଇଛି, ଯାହା iPhone 17, iPhone Air, Apple Watch Ultra 3, ଏବଂ Watch Series 11 ରେ ରହିଛି ।
କେବଳ ଏତିକି ନୁହେଁ, ନୂଆ AirTag ରେ ଏକ ଅପଗ୍ରେଡେଡ୍ ସ୍ପିକର ମଧ୍ୟ ଅଛି, ଯାହା ପୂର୍ବ ମଡେଲ ତୁଳନାରେ ଦୁଇଗୁଣ ଦୂରତା ପର୍ଯ୍ୟନ୍ତ ଶୁଣିହେବ । ଏହା ହଜିଯାଇଥିବା ଜିନିଷଗୁଡ଼ିକୁ ଖୋଜିବାକୁ ଆହୁରି ସହଜ କରିବ । ଏହା ବ୍ୟତୀତ, ଆପଣ ଏବେ ଆପଣଙ୍କର Apple Watch ସାହାଯ୍ୟରେ ଏହି AirTagକୁ ମଧ୍ୟ ଟ୍ରାକ୍ କରିପାରିବେ । ଏହି ଫିଚର୍ସ ପ୍ରଥମ ଥର ପାଇଁ ଦେଖାଯାଉଛି । ହେଲେ, ଏହି ଫିଚର୍ସ କେବଳ Apple Watch Series 9, Ultra 2, କିମ୍ବା ନୂଆ ମଡେଲ ସହିତ କାମ କରିବ ।
ଏଥିସହ ଜାଣିରଖନ୍ତୂ ଯେ, ଏହି ନୂଆ AirTag ଆପର Find My ଆପ୍ ସହିତ କନେକ୍ଟ କରିବ ଏବଂ ବ୍ଲୁଟୁଥ୍ ମାଧ୍ୟମରେ, ନିକଟସ୍ଥ ଯେକୌଣସି Apple ଡିଭାଇସକୁ ସିଗନାଲ ପଠାଇବ। ଏହାର ଅର୍ଥ ହେଉଛି ଯେତେବେଳେ ଏକ ହଜିଯାଇଥିବା AirTag iPhone କିମ୍ବା Mac ର ରେଞ୍ଜ ମଧ୍ୟରେ ଆସିବ, ସେତେବେଳେ ଏହାର ଲୋକେସନ୍ ଅପଡେଟ୍ ହେବ ଏବଂ ମାଲିକଙ୍କୁ ପଠାଯିବ । ଏଥିସହ, ୟୁଜର୍ସମାନେ ଲଷ୍ଟ ମୋଡରେ ଏକ କଷ୍ଟମ ମେସେଜ୍ ଏବଂ କଣ୍ଟାକ୍ଟ ନମ୍ବର ମଧ୍ୟ ଦେଖିପାରିବେ ।