ଗୌହାଟୀରେ ଭାରତର ବୃହତ ବିଜୟ,ସିରିଜ ଜିତିଲା ଭାରତ
ଗୌହାଟୀରେ ଭାରତର ବୃହତ ବିଜୟ। ୧୫୪ରନର ଟାର୍ଗେଟକୁ ମାତ୍ର ୧୦ଓଭରରେ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୩-୦ରେ ଆଗୁଆ ରହିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୬୮ରନ କରିଥିଲେ। ମାତ୍ର ୨୦ ବଲରେ ୫ଟି ଛକା ଓ ୭ଟି ଚୌକାରେ ୬୮ରନ କରି ଅପରାଜିତ ରହିଥିଲେ ଅଭିଷେକ। ଅଭିଷେକ ମାତ୍ର ୧୪ବଲରେ ୫୦ ରନ କରିବା ଫଳରେ ୭ ଓଭରରେ ଶହେ ରନ ପାର କରିଥିଲା ଭାରତ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୬ ବଲରେ ଦ୍ରୁତ ୫୭ରନର ଇନିଂସ ଖେଳିଥିଲେ। ଓପନର ସଞ୍ଜୁ ସାମସନ ପ୍ରଥମ ବଲରେ ଆଉଟ ହେବା ପରେ ଅଭିଷେକ ଶର୍ମା ଓ ଇଶାନ କିଷାନ ପାଳି ସମ୍ଭାଳିଥିଲେ। ଇଶାନ କିଷାନ ୨୮ରନ କରି ଆଉଟ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା କିୱି ଟିମର ଆରମ୍ଭ ଅତ୍ୟନ୍ତ ଶୋଚନୀୟ ରହିଥିଲା। ପ୍ରଥମ ଓଭରରେ ହର୍ଷିତ ରାଣା କନୱେଙ୍କ ୱିକେଟ ହାସଲ କରିଥିଲେ।
ପାୱାର ପ୍ଲେରେ ହିଁ ପ୍ରମୁଖ ତିନି ୱିକେଟ ହରାଇଥିଲା ନ୍ୟୁଜିଲାଣ୍ଡ। ଫିଲିପସ ସର୍ବାଧିକ ୪୮ରନ କରିଥିବା ବେଳେ ଚାପମାନ ୩୨ ରନ କରିଥିଲେ। ବୁମରା ସର୍ବାଧିକ ୩ ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ।