ଆଜି ଠୁ କମିବ ଶୀତ

ରାଜ୍ୟର ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି ଏବଂ କିଛି ସ୍ଥାନରେ ହ୍ରାସ ପାଇଛି। ପୂର୍ବାପେକ୍ଷା ଶୀତ ପ୍ରକୋପ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୪.୮ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୯.୫, ଝାରସୁଗୁଡ଼ାରେ ୯.୬, ରାଉରକେଲାରେ ୯.୫, ସେମିଳିଗୁଡ଼ାରେ ୯.୪, ଭୁବନେଶ୍ବରରେ ୧୩.୪ ଏବଂ କଟକରେ ୧୩ଡିଗ୍ରୀ ରହିଛି। ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି।

Leave a comment