ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆଙ୍କୁ ରାଜନୈତିକି ସୁରକ୍ଷା ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସାରା ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ ।ଏହି ଅବସରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ୱାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ଗୋଟିଏ ହେଲା ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଳାଇବା । ଦେଶକୁ ବିଧି ବ୍ୟବସ୍ଥାରେ ଚଳାଇବା ପାଇଁ ସମ୍ବିଧାନ ଲେଖାଯାଇଥିଲା । ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ । ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି ।
ସେହିପରି ରାଜ୍ୟ ସରକାରଙ୍କ କାମକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ଷିପ୍ର ଗତିରେ ବୈଷୟିକ ପରିବର୍ତ୍ତନ ଘଟୁଛି । ଏହାକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ସରକାର । ରାଜ୍ୟରେ ବିଶ୍ୱସ୍ତରୀୟ ଶିକ୍ଷା ଭିତ୍ତିଭୂମି ତିଆରି ହେଉଛି । ଏହାଫଳରେ ଗାଁର ପିଲା ସହରର ପିଲାଙ୍କ ସହ ପ୍ରତିଯୋଗିତା କରିପାରିବେ । ମହିଳାଙ୍କର ଉନ୍ନତି ପାଇଁ ସୁଭଦ୍ରା ଯୋଜନାର ପ୍ରଣୟନ କରାଯାଇଛି । ପ୍ରଥମ କ୍ୟାବିନେଟ୍ ବୈଠକରେ ଆମେ ଏହି ନିଷ୍ପତ୍ତି ନେଇଥିଲୁ । ରାଜ୍ୟ ବଜେଟରେ ୮୯ ହଜାର ୬ ଶହ ୫୨ କୋଟି ଟଙ୍କା କେବଳ ମହିଳାଙ୍କ ପାଇଁ ରହିଛି । ମହିଳା ହିଂସା ଘଟଣାରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଛି । ଗତ ଜୁନ୍ ମାସରେ ହିଂସା ଘଟଣାରେ ଦଣ୍ଡବିଧାନ ହାର ୬୨ ପ୍ରତିଶତ ପହଞ୍ଚିଥିଲେ । ସୁଭଦ୍ରା ଯୋଜନା ଓ ଇନ୍ପୁଟ ସବ୍ସିଡି ଯୋଗୁ ଚାଷୀଙ୍କ ଆୟ ବଢିଛି । ସହଯୋଗ ଓ ସହଭାଗିତା ମାଧ୍ୟମରେ ରାଜ୍ୟରେ ଶିଳ୍ପାୟନ ହେବ । ଶିଳ୍ପାୟନ ଯୋଗୁ ଲକ୍ଷେରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଶିଳ୍ପାୟନ ଯୋଗୁ ଲକ୍ଷେରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ୧୯ ମାସ ଭିତରେ ଶିଳ୍ପାୟନ ଅନୁକୂଳ ବାତାବରଣ ସୃଷ୍ଟି କରି ପାରିଛନ୍ତି ସରକାର । ଦକ୍ଷିଣ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରି ଆଞ୍ଚଳିକ ବୈଷମ୍ୟ ଦୁର କରିବାରେ ପ୍ରୟାସ ହୋଇଛି । ୧୯ ମାସ ମଧ୍ୟରେ ଅଭିଯୋଗ ଶୁଣାଣି ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ଲୋକଙ୍କୁ ଭେଟିଛି । ପାଞ୍ଚ ବର୍ଷରେ ରାଜ୍ୟରେ ନିଶ୍ଚିତ ଦେଢ ଲକ୍ଷ ନିଯୁକ୍ତି ଦିଆଯିବ । ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆଙ୍କୁ ରାଜନୈତିକି ସୁରକ୍ଷା ଦିଆଯିବ ନାହିଁ ।