ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ,ନିଜେ ନବୀନ ବାବୁ ମିଛ କହୁଛନ୍ତି -ପୂର୍ବତନ ବିଧାୟକ ଅରବିନ୍ଦ ମହାପାତ୍ର

ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର  ।  ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ  ।  ନିଜେ ନବୀନ ବାବୁ ମିଛ କହୁଛନ୍ତି  ।  ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି  ।

ସେ ଏହା ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ମତ ରଖିଛନ୍ତି ତାଙ୍କୁ ଆଉ ଭେଟିବାର ଆବଶ୍ୟକତା ନାହିଁ   । ଦଳ ମୋତେ ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ  । ଏକାଠି ରହିବା ସମୟରେ ଦଳ ଅଲଗା କରୁଛି  ।  ଏହା ଉଚିତ ନୁହଁ  ।  ତେବେ ଆଗାମୀ ନିଷ୍ପତ୍ତି କ’ଣ ହେବ ତାହା ସମୟ ଆସିଲେ ନେବି ବୋଲି ସେ କହିଛନ୍ତି  ।

ତେବେ ଶନିବାର ପୁନର୍ବାର ଅରବିନ୍ଦ ମହାପାତ୍ର ପାଟକୁରାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି  ।  ଏକ ଶୋଭାଯାତ୍ରାରେ ବାହାରି କାର୍ଯ୍ୟକ୍ରମ ସ୍ଥଳରେ ସେ ପହଞ୍ଚଥିଲେ  ।  ତାଙ୍କର ସମର୍ଥକ ମାନେ ବିଶାଳ ଶୋଭାଯାତ୍ରାରେ ଅରବିନ୍ଦଙ୍କୁ ପାଛୋଟି ନେଇଥିଲେ

Leave a comment