ଭାରତରେ ଲଞ୍ଚ ହୋଇଛି Motorola Signature ଫୋନ୍ , ଜାଣନ୍ତୁ କେତତ ରହିଛି ଦାମ୍
ଭାରତରେ Motorola Signature ଫୋନ୍ ଲଞ୍ଚ ହୋଇଛି । Motorolaର ଏହି ଫ୍ଲାଗସିପ୍ ଫୋନରେ ୧୬GB RAM, 1TB ଷ୍ଟୋରେଜ୍ ଏବଂ ପାୱାରଫୁଲ୍ ଫିଚର୍ସ ରହିଛି । କମ୍ପାନୀ ଏହି ଫୋନକୁ ବହୁ ଦିନ ଧରି ସୋସିଆଲ ମିଡିଆରେ ଟିଜ୍ କରିଆସୁଛି । ଏହି Motorola ଫୋନକୁ ବର୍ତ୍ତମାନ ୟୁରୋପୀୟ ବଜାରରେ ଉପସ୍ଥାପନ କରାଯାଇଛି । ଏହି ଫୋନଟି OnePlus 15R ଏବଂ Oppo Reno 15 Pro ଭଳି ଫୋନ୍ ସହିତ ସିଧାସଳଖ ଟକ୍କର କରିବ ।
ଏହି Motorola Signature ଫୋନଟି ୬.୮-ଇଞ୍ଚ ଏକ୍ସଟ୍ରିମ୍ AMOLED ଡିସପ୍ଲେ ସହିତ ଆସିଛି । ଏଥିରେ ଏକ ସୁପର HD ରିଜୋଲ୍ୟୁସନ୍ ଡିସ୍ପ୍ଲେ ରହିଛି, ଯାହା Dolby Vision ଏବଂ HDR10+ ଭଳି ଫିଚର୍ସ ସହିତ ସଜ୍ଜିତ । ଏହା ୧୬୫Hz ରିଫ୍ରେସ୍ ରେଟ୍ ଏବଂ ୬୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । Motorola ଏହି ମିଡ୍ ବଜେଟ୍ ଫୋନକୁ Panatone Martini Olive ଏବଂ Panatone Carbon କଲରରେ ଲଞ୍ଚ କରିଛି ।
Motorola Signature ରେ Qualcomm Snapdragon 8 Gen 5 ପ୍ରୋସେସର ରହିଛି, ଯାହା ୧୬GB ପର୍ଯ୍ୟନ୍ତ RAM ଏବଂ 1TB ଷ୍ଟୋରେଜ୍ ସହିତ ଆଡ୍ ହୋଇଛି । ଏହା Android 16 ଅପରେଟିଂ ସିଷ୍ଟମରେ ଚାଲିଥାଏ । କମ୍ପାନୀ ସାତ ବର୍ଷର ସଫ୍ଟୱେର୍ ଅପଡେଟ୍ ପ୍ରତିଶ୍ରୁତି ଦେଇଛି । ଏହି Motorola ଫୋନଟି ଏକ ଅଲ୍ଟ୍ରା-ଥିନ୍ ଡିଜାଇନ୍ ଫିଚର୍ସଯୁକ୍ତ ଏବଂ ଏହା ୫୨୦୦mAh ସିଲିକନ୍-କାର୍ବନ ବ୍ୟାଟେରୀ ଦ୍ୱାରା ପରିଚାଳିତ । ଏହା 90W ୱାୟର୍ଡ ଏବଂ 50W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ ।
ଏହି ଫୋନର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ ଏକ ୫୦MP ମେନ୍ OIS କ୍ୟାମେରା, ଏକ ୫୦MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ଏବଂ ଏକ ୫୦MP ପେରିସ୍କୋପ୍ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଫୋନରେ ୫୦MP ଫ୍ରଣ୍ଟ କ୍ୟାମେରା ଅଛି । କନେକ୍ଟିଭିଟି ପାଇଁ ଡୁଆଲ୍ 5G ସିମ୍ କାର୍ଡ, ବ୍ଲୁଟୁଥ୍ 6, NFC ଏବଂ WiFi ଭଳି ଫିଚର୍ସ ସାମିଲ୍ ରହିଛି ।