୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ

ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ(ୟୁଏଫ୍‌ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି। ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି, ମାତ୍ର ଅନ୍ୟ ଶନିବାରଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି। ୨୦୨୩ରେ ଆଲୋଚନା ପରେ ଏହା ସହମତି ହୋଇଥିଲା ଯେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ କାର୍ଯ୍ୟ ସମୟ ୪୦ ମିନିଟ୍‌ ବୃଦ୍ଧି କରାଯିବ ଏବଂ ବାକି ଶନିବାରଗୁଡ଼ିକୁ ଛୁଟିଦିନ ଘୋଷଣା କରାଯିବ। ଏହା ସରକାରଙ୍କୁ ବିଧିବଦ୍ଧ ଭାବେ ସୁପାରିସ କରାଯାଇଥିଲା ଏହା ଦୁଇ ବର୍ଷ ଧରି ସରକାରଙ୍କ ଅନୁମୋଦନ ପାଇଁ ପଡ଼ି ରହିଛି।

Leave a comment