ବିଦ୍ଧିବଦ୍ଧ ଭାବେ ଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା
ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି । ପୂର୍ବରୁ ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ୍ ହୁରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଉ ଦେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । ଏହାସହ ଜେନେଭାରେ ହୁ’ର କାର୍ଯ୍ୟାଳୟ ବାହାରେ ଲାଗିଥିବା ନିଜ ଦେଶର ପତାକାକୁ ମଧ୍ୟ ଆମେରିକା ହଟାଇ ଦେଇଛି ।
ଟ୍ରମ୍ପଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହୁ’ରୁ ଦେଶ ସମ୍ପୂର୍ଣ୍ଣ ଭାବେ ହଟିଛି । ଏହାସହ ପର୍ଯ୍ୟବେକ୍ଷକ ଭାବେ ସାମିଲ ହେବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ । ସେମାନେ ହୁ ବଦଳରେ କୌଣସି ମହାମାରୀର ନିରାକରଣ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଅନ୍ୟ ଦେଶ ସହ ମିଳିତ ଭାବେ କାମ କରିବେ । ୟୁଏନ କୋଭିଡ-୧୯କୁ ରୋକିବାରେ ବିଫଳ ହୋଇଥିଲା । ତେଣୁ ଆମେରିକା ଏପରି ନିଷ୍ପତ୍ତି ନେଇଛି ।
ତେବେ ଏହି ପଦକ୍ଷେପ ସେତେବେଳେ ନିଆଯାଇଛି ଯେତେବେଳେ ଅନେକ ଦେଶ ସହ ଟ୍ରମ୍ପଙ୍କ ତିକ୍ତତା ଲାଗି ରହିଛି । ତେବେ ଆଇନ ଅନୁସାରେ କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ଛାଡିବା ପାଇଁ ଏକ ବର୍ଷ ପୂର୍ବରୁ ସୂଚନା ଦିଆଯାଇଥାଏ । ଏହାସହ ସମସ୍ତ ବକେୟା ଶୁଳ୍କ ମଧ୍ୟ ପ୍ରଦାନ କରିବାକୁ ପଡେ । ହୁ’ର କହିବାନୁସାରେ ଆମେରିକା ସଙ୍ଗଠନକୁ ୨୬କୋଟି ଡଲାର ପ୍ରଦାନ କରିବ ।
ହୁ’ର ମୁଖପାତ୍ର କହିଥିଲେ ଯେ, ଆମେରିକା୨୦୨୪ଏବଂ୨୦୨୫ପାଇଁ ଏବେସୁଦ୍ଧା ବକେୟା ଅର୍ଥ ପଇଠ କରିନାହିଁ । ତେବେ ୟୁଏସବାସୀ ପୂର୍ବରୁ ବହୁତ କିଛି ଟଙ୍କା ଦେଇ ସାରିଥିବା ଟ୍ରମ୍ପଙ୍କ ଅଧିକାରୀ କହିଛନ୍ତି । ତେବେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଛାଡିବା ପୂର୍ବରୁ ସବୁ ଅର୍ଥ ପଇଠ କରିବାକୁ ବାଧ୍ୟ ନୁହେଁ । ଏପରି କିଛି ନିୟମ ନଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଟ୍ରମ୍ପ୍ ଲଗାତାର ଭାବେ ହୁ’ରେ ଋଷ ଏବଂ ଚାଇନାର ଅଧିକ ପତିଆରା ବଢୁଥିବା ଅଭିଯୋଗ କରିଥିଲେ । ଏହାସହ ସଙ୍ଗଠନରେ ଅନିୟମିତତା ଏବଂ ପକ୍ଷପାତ ହେଉଥିବା କହି ହୁ’ରୁ ଅଲଗା ହୋଇଥିଲେ ।