ରାଜ୍ୟରେ ଶୀତର ପ୍ରକୋପ କମିବା ସହିତ ଏବେ ଧୀରେ ଧୀରେ ବଢି ଚାଲିଛି ତାପମାତ୍ରା
ରାଜ୍ୟରେ ଶୀତର ପ୍ରକୋପ କମିବା ସହିତ ଏବେ ତାପମାତ୍ରା ଧୀରେ ଧୀରେ ବଢି ଚାଲିଛି। ତେବେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ ୧୫ ଡିଗ୍ରୀ ତଳେ ୨୮ଟି ସହର ରହିଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସେମିଳିଗୁଡା ୭.୧ ଡିଗ୍ରୀ, ଝାରସୁଗୁଡା ୯.୩ ଡିଗ୍ରୀ, କିରେଇ ୧୦.୩ ଡିଗ୍ରୀ, ନବରଙ୍ଗପୁର ୧୦.୫ ଡିଗ୍ରୀ, ସୁନ୍ଦରଗଡ଼ ୧୧.୨ ଡିଗ୍ରୀ, ଢେଙ୍କାନାଳ ୧୨ ଡିଗ୍ରୀ, ରାୟଗଡ଼ା ୧୨ ଡିଗ୍ରୀ, ମାଲକାନଗିରି ୧୨.୨ ଡିଗ୍ରୀ, କୋରାପୁଟ ୧୨.୨ ଡିଗ୍ରୀ, ଚିପିଲିମା ୧୨.୫ ଡିଗ୍ରୀ, ବଲାଙ୍ଗୀର ୧୨.୬ ଡିଗ୍ରୀ, ନୂଆପଡା ୧୨.୮ ଡିଗ୍ରୀ, ପାରଳାଖେମୁଣ୍ଡି ୧୨.୮ ଡିଗ୍ରୀ, କଟକ ୧୨.୮ ଡିଗ୍ରୀ, କେନ୍ଦ୍ରାପଡା ୧୨.୮ ଡିଗ୍ରୀ, ରାଉରକେଲା, ବରଗଡ଼, କେନ୍ଦୁଝର ଏବଂ ଅନୁଗୋଳରେ ୧୩ ଡିଗ୍ରୀ, ଯାଜପୁର, ଦେବଗଡ଼ ଓ ମହିଷାପାଟରେ ୧୩.୬ ଡିଗ୍ରୀ, ଭୁବନେଶ୍ୱର ଓ ସୋନପୁରରେ ୧୪ ଡିଗ୍ରୀ, ରାଣିତାଲ ୧୪.୪ ଡିଗ୍ରୀ, ବାରିପଦା ୧୪.୬ ଡିଗ୍ରୀ ଏବଂ ହୀରାକୁଦରେ ୧୪.୮ ଡିଗ୍ରୀ ରହିଥିଲା। ସେହିପରି ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ସତର୍କତା ଜାରି କରାଯାଇଛି।