ଇଟାଲୀୟ ସୁପରବାଇକ୍ କମ୍ପାନୀ Ducati ଭାରତରେ ଏହାର ଖାସ୍ ଏବଂ ଲିମିଟେଡ ଏଡିସନ୍ ସୁପରବାଇକ୍, Panigale V4 Tricolore ଲଞ୍ଚ କରିଛି । ଏହି ପ୍ରିମିୟମ୍ ବାଇକର ଏକ୍ସ-ଶୋରୁମ୍ ପ୍ରାଇସ୍ ହେଉଛି ୭.୭ ଲକ୍ଷ ଟଙ୍କା ରହିଛି । Ducati ର ଫ୍ଲାଗସିପ୍ ସୁପରସ୍ପୋର୍ଟ ବାଇକ୍ର ଏହି ଖାସ୍ ଏଡିସନ୍ ସାରା ବିଶ୍ୱରେ କେବଳ ୧,୦୦୦ ୟୁନିଟ୍ ପର୍ଯ୍ୟନ୍ତ ସୀମିତ । ଭାରତରେ ମଧ୍ୟ ବହୁତ କମ୍ ୟୁନିଟ୍ ଉପଲବ୍ଧ ହେବ, ଯାହା ଏହାକୁ ଅଧିକ ସ୍ପେଶାଲ୍ କରିବ ।
ପ୍ରକୃତରେ, ଏହି ବାଇକ୍ର ସବୁଠାରୁ ଖାସ୍ ଫିଚର୍ସ ହେଉଛି ଏହାର ଟ୍ରାଇକଲର ପେଣ୍ଟ ସ୍କିମ୍ ରହିଛି । ଯାହା, ଇଟାଲୀୟ ପତାକାର ତିନୋଟି ରଙ୍ଗକୁ ସାମିଲ କରିଛି ଯାହା ହେଉଛି- ଲାଲ, ଧଳା ଏବଂ ସବୁଜ । ଏଥର, ଡୁକାଟି ନୂଆ ଅସିମେଟ୍ରିକ୍ ଲିଭରି ଡିଜାଇନ୍ ସହିତ ଏହି କଲର କମ୍ପିନେସନକୁ ଉପସ୍ଥାପନ କରିଛି । ଫେମସ୍ ଡିଜାଇନର୍ Aldo Drudi ଦ୍ୱାରା ନିର୍ମିତ ଏହି ଡିଜାଇନ୍ ବାଇକ୍କୁ ଏକ ରେସିଂ-ଇନସ୍ପାୟର୍ଡ ଏବଂ ଆଗ୍ରେସିଭ୍ ଲୁକ୍ ପ୍ରଦାନ କରେ । ଯେଉଁ କାରଣରୁ ବାଇକ୍ ଚଲାଇବାର ଏକ୍ସପେରିୟନ୍ସ ଖୁବ୍ ନିଆରା ହେବ । ଏଥିସହ ରାସ୍ତାରେ ମଧ୍ୟ ବାଇକ୍ଟି ଏକ ରେସଟ୍ରାକ୍ ପରି ଅନୁଭବ ହେବ ।
ଫିଚର୍ସ:
Panigale V4 Tricolore କୁ ଖାସ୍ କରିବା ପାଇଁ, Ducati ଅନେକ ଅନନ୍ୟ ପ୍ରଡକ୍ଟ ସାମିଲ୍ କରିଛି । ଏଥିରେ ୟୁନିଟ୍ ନମ୍ବର ସହିତ ଏକ ଷ୍ଟିଅରିଂ ପ୍ଲେଟ୍, ନମ୍ବରଯୁକ୍ତ ଆଲୁମିନିୟମ୍ କୀ, ଷ୍ଟାର୍ଟ-ଅପ୍ ଉପରେ ଏକ ସ୍ପେଶାଲ ଡ୍ୟାସବୋର୍ଡ ଆନିମେସନ୍ ଏବଂ ଏକ ପ୍ରିମିୟମ୍ ଆଲକାଣ୍ଟାରା ସିଟ୍ ସାମିଲ୍ । ଏହା ସହିତ, ଆଡଜଷ୍ଟେବଲ୍ ବିଲେଟ୍ ଆଲୁମିନିୟମ୍ ଫୁଟପେଗ୍ ପ୍ରଦାନ କରାଯାଇଛି, ଯାହା ଆରୋହୀଙ୍କୁ ସେମାନଙ୍କ ଆରାମ ସହିତ ରାଇଡିଂ ପୋଜିସନ୍ ଆଡଜଷ୍ଟ କରିବାକୁ ସହଜ ହେବ ।
ଏହି ସୁପରବାଇକରେ ହାଲୁକା କାର୍ବନ ଫାଇବର ଚକ ରହିଛି, ଯାହା ପ୍ରାୟ ୩ କିଲୋଗ୍ରାମ ଓଜନ ହ୍ରାସ କରେ ଏବଂ ହ୍ୟାଣ୍ଡଲିଂକୁ ଉନ୍ନତ କରେ । ବ୍ରେକିଂ ପାଇଁ ଏଥିରେ ରେସିଂ-ଗ୍ରେଡ୍ Brembo ସିଷ୍ଟମ ରହିଛି, ଯାହା Ducati ର ଏକ ସୁପର ବାଇକ୍ ଭାବରେ ଉପସ୍ଥାପନ କରାଯାଇଛି । ଇଞ୍ଜନ୍ ବିଷୟରେ କହିବାକୁ ଗଲେ ଏଥିରେ, ୧,୧୦୩ cc ର V4 ଇଞ୍ଜନ୍ ରହିଛି, ଯାହା ୨୧୬ bhp ର ପାୱାର ଏବଂ ୧୨୨ Nm ର ଟର୍କ ଜେନେରେଟ୍ କରିଥାଏ ।
ତେବେ ଯଦି ଆପଣ ଏକ ସୁପର ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ନିଶ୍ଚିତ ଭାବରେ Ducati Panigale V4 Tricolore ବାଇଟିକୁ କିଣନ୍ତୁ ଏବଂ ଏହାକୁ ଚଲାଇବାର ମଜ୍ଜା ନିଅନ୍ତୁ ।