ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି । ସାଇନା ନିଜ ଶେଷ ମ୍ୟାଚ୍ ୨୦୨୩ରେ ଶେଷ ଥର ପାଇଁ ଖେଳିଥିଲେ । ଆଣ୍ଠୁରେ ଆଘାତ ଯୋଗୁ ସାଇନା ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି । ବାରମ୍ବାର ଅସ୍ତ୍ରୋପଚାର କରାଇ କିଛି ସୁଫଳ ମିଳିନାହିଁ ।

ସେ ଏକ ପୋଡକାଷ୍ଟରେ କହିଛନ୍ତି, ଗତ ୨ ବର୍ଷ ହେଲା ଖେଳଠୁ ଦୂରେଇ ରହିଛି । ନିଜ ଇଚ୍ଛାରେ ଖେଳରେ ପ୍ରବେଶ କରିଥିଲି ଏବଂ ନିଜ ଇଚ୍ଛାରେ ଖେଳ ଛାଡ଼ିବି । ମୋ ଶରୀର ମୋ ସାଥ ଦେଉନାହିଁ । ଏଥିରେ ସନ୍ନ୍ୟାସ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ ।’ ପୂର୍ବତନ ବିଶ୍ୱ ନମ୍ବର ୧ ଖେଳା ସାଇନା ନେହୱାଲ କହିଛନ୍ତି ଯେ, ତାଙ୍କ ଆଣ୍ଠୁ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୩ ସିଙ୍ଗାପୁର ଓପନ ତାଙ୍କର ଶେଷ ପ୍ରତିଯୋଗିତା ଥିଲା । ସେ କହିଛନ୍ତି, “ତୁମର କାର୍ଟିଲେଜ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ତୁମର ଆର୍ଥ୍ରାଇଟିସ୍ ଅଛି । ମୋ ପିତାମାତାଙ୍କୁ ଏହା ଜାଣିବା ଆବଶ୍ୟକ ଥିଲା, ମୋ ପ୍ରଶିକ୍ଷକଙ୍କୁ ଏହା ଜାଣିବା ଆବଶ୍ୟକ ଥିଲା, ଏବଂ ମୁଁ କେବଳ ସେମାନଙ୍କୁ କହିଥିଲି, ‘ମୁଁ ହୁଏତ ଆଉ ଏହା କରିପାରିବି ନାହିଁ, ଏହା କଷ୍ଟକର । ତାଙ୍କ ଆଣ୍ଠୁ ଆଉ ସୀମିତ ତାଲିମ ଅଧିବେଶନକୁ ମଧ୍ୟ ସହ୍ୟ କରିବାକୁ ସକ୍ଷମ ନୁହେଁ ।

ସାଇନା ନେହୱାଲ ୨୦୧୫ରେ ୱାଲର୍ଡ ରାଙ୍କିଂରେ ନଂ ୧ ସଟଲର ଥିଲେ । ସାଇନା ନେହୱାଲ ୨୦୦୯ରେ ଅର୍ଜୁନ ଆୱାର୍ଡ ଏବଂ ୨୦୧୦ରେ ମେଜର ଧ୍ୟାନଚନ୍ଦ ଆୱାର୍ଡ ଜିତିଥିଲେ । ୨୦୧୦ରେ ପଦ୍ମଶ୍ରୀ ଏବଂ ୨୦୧୬ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି ।

Leave a comment