ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ପରେ ଆଜି ନବୀନ ନିବାସରେ ଏହି ବଡ ବୈଠକ ଅନୁଷ୍ଠିତ ହୋଇଛି ।
ସେପଟେ ବୈଠକ ପରେ ପ୍ରୀତିରଞ୍ଜନ ଘଡାଇ ବିସ୍ପୋରକ ବୟାନ ଦେଇଛନ୍ତି । ଯେ କହିଛନ୍ତି ଯାଜପୁରରେ ବଡ ନେତା ହେଲେ ଜନତା, ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି । ନୂଆ ନେତୃତ୍ୱ ଚାହୁଁଛନ୍ତି ଜନତା, ନଚେତ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡିବ । ଗଣତନ୍ତ୍ରରେ ଜନସାଧାରଣ ହେଲେ ଆମ ମାଲିକ, ଭୋଟର ଆମ ଭଗବାନ । ଭୋଟରଙ୍କୁ ସମ୍ମାନ ଦେଇ ତାଙ୍କ ଆଶା ନେଇ କାମ କରିବାକୁ ପଡିବ । ଯେଉଁମାନେ ନିଜକୁ ବାଘ କହୁଥିଲେ, ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ ହୋଇଛନ୍ତି ।