ବିଜେପିର ନୂଆ ସାରଥୀ ହେବେ ନୀତିନ ନବୀନ: ପ୍ରଥମ ଯୁବ ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ

ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ଦଳୀୟ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି । ସୋମବାର ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନାମାଙ୍କନ ପ୍ରକ୍ରିୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଦଳର ପରବର୍ତ୍ତୀ ସଭାପତି ପାଇଁ ନାମାଙ୍କନ ଦାଖଲ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ । ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ପ୍ରଧାନଙ୍କ ଉପସ୍ଥିତି ଦଳୀୟ ସଂଗଠନରେ ତାଙ୍କର ଦୃଢ଼ ସ୍ଥିତିକୁ ଦର୍ଶାଉଛି ।

ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ,ଗୃହମନ୍ତ୍ରୀ ରାଜନାଥ ସିଂହ ନୀତିନ ନବୀନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କ ନିକଟରେ ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତିନୋଟି ପୃଥକ ସେଟ୍ ଦାଖଲ କରିଛନ୍ତି। ନୀତିନଙ୍କ ନିର୍ବିରୋଧ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରାୟ ନିଶ୍ଚିତ। କେବଳ ତାଙ୍କ ନାମକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି।

ମଙ୍ଗଳବାର ଆନୁଷ୍ଠାନିକ ଘୋଷଣା ହୋଇପାରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନୀତିନ ନବୀନଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇପାରେ। ଘୋଷଣା ପରେ, ତାଙ୍କୁ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତାମାନେ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ନେଇ ଶପଥ ପାଠ କରାଇବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ପଦ ପାଇଁ ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହିତ ନୀତିନ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ଏବଂ ଆଜି ସନ୍ଧ୍ୟାରେ ହିଁ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତାବକ ରହି ନୀତିନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପୃଥକ ତିନୋଟି ସେଟ୍‌ରେ ନାମାଙ୍କନ ଦାଖଲ କରାଯାଇଛି । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଏବଂ ୫ଟାରୁ ୬ଟା ମଧ୍ୟରେ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାର କାର୍ଯ୍ୟସୂଚୀ ରହିଛି ।

Leave a comment