ବିଜେଡି ଆପଣା ଛାଏଁ ଭାଙ୍ଗୁଛି, ବିଜେପି ଚାହିଁଲେ ବିଜେଡି କେବେଠାରୁ ଭଙ୍ଗି ସାରନ୍ତାଣି – ବିଜେପି ନେତା ଜୟ ନାରାୟଣ ମିଶ୍ର

ବିଜେଡିରେ ବହୁତ୍ ଜଣଙ୍କ ମନରେ କ୍ଷୋଭ ରହିଥିଲା। ବିଜେପି ବିଜେଡିକୁ ଭାଙ୍ଗିବା ପାଇଁ ଚାହୁନି। ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର। ବିଜେଡି ଆପଣା ଛାଏଁ ଭାଙ୍ଗୁଛି। ବିଜେପି ଚାହିଁଲେ ବିଜେଡି କେବେଠାରୁ ଭଙ୍ଗି ସାରନ୍ତାଣି। ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି ତାର କାରଣ ସେହି ହିଁ ଜାଣିଥିବେ। ସେମାନେ ମୁଖ୍ୟ ବିରୋଧୀଦଳ ଭାବେ ଛିଡ଼ା ହୁଅନ୍ତୁ।

ବିଜେଡିରେ ଦୁଇ ଜଣ ସିଟିଂ ଏମଏଲଏଙ୍କୁ ନିଲମ୍ବିତ କରାଯିବା ପରେ ରାଜ୍ୟ ରାଜନୀତି ଏବେ ବେଶ ସରଗରମ ରହିଛି । ଆରୋପ ପ୍ରତ୍ୟାରୋପ ଯେପରି ବିଜେଡିର ପିଛା ଛାଡୁନି । ଦୁଇ ଜଣ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଦଳ ବିରୋଧୀ କାର୍ଯ୍ୟ କରୁଥିବା କହି ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି ।

Leave a comment