୨୪୨ଟି ଅବୈଧ ଗେମିଂ ବେଟିଂ ଏବଂ ଜୁଆ ୱେବସାଇଟର ଲିଙ୍କକୁ ବ୍ୟାନ୍ କଲେ ସରକାର
ସରକାର ନୂଆ ଅନଲାଇନ୍ ଗେମିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଇନ୍ ଅନୁଯାୟୀ ୨୪୨ଟି ଅବୈଧ ଗେମିଂ ବେଟିଂ ଏବଂ ଜୁଆ ୱେବସାଇଟର ଲିଙ୍କକୁ ବ୍ୟାନ୍ କରାଯାଇଛି । ବର୍ତ୍ତମାନ ସମୟର ଯୁବପିଢିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୭୮୦୦ରୁ ଅଧିକ ବେଆଇନ୍ ବେଟିଂ ଏବଂ ଜୁଆ ୱେବସାଇଟକୁ ଅବରୋଧ କରିଦିଆଯାଇଛି ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗତବର୍ଷ ସରକାର ଅନଲାଇନ୍ ଗେମିଂ ଆଇନ ସଫଳ ହୋଇଥିଲେ । ଯାହାର ଉଦ୍ଦେଶ୍ୟ ବେଆଇନ୍ ଗେମିଂ ଏବଂ ଜୁଆକୁ ରୋକାଯାଇପାରିବ । Dream 11,My 11 Circle, MPL ସମେତ କେତେକ ଆପ୍ସ ଏବଂ ୱେବସାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗେମିଂ ଆଇନ୍ ପାସ୍ ହେବା ପରଠାରୁ ଏହା ସରକାରଙ୍କର ଆଉ ଏକ ପ୍ରମୁଖ ପଦକ୍ଷେପ ।
ଯୁବପିଢି ଏବଂ କିଛି ଲୋକଙ୍କର ଅନଲାଇନ୍ ଗେମିଂରେ ନିଶା ବଢୁଥିବାର ଦେଖିବାକୁ ମିଳୁଛି । ଗତବର୍ଷ ଅନଲାଇନ୍ ଗେମିଂ ବିଲ୍ ଆଗତ ପରେ ଅନଲାଇନ୍ ଗେମିଂ ଆଇନ୍ ପରିବର୍ତ୍ତନ ହୋଇଥିଲା । ସରକାର ୨୦୨୨ ମସିହାରେ ପ୍ରାୟ ୧୪୦୦ ଅବୈଧ ବେଟିଂ ଏବଂ ଜୁଆ ୱେବସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଅବୈଧ ୱେବସାଇଟ୍ ଏବଂ ଆପ୍ସ ଉପରେ ନଜର ରଖିଛି ।