ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ
ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଦାବି ଗ୍ରହଣ କରାଯିବ ନାହିଁ । ବାଂଲାଦେଶ ଦଳ ଭାରତରେ କୌଣସି ଗମ୍ଭୀର ବିପଦର ସମ୍ମୁଖୀନ ହେଉନାହିଁ । ଆଉ ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ ହେବ ।
ଭାରତରେ ହେବାରୁ ଥିବା ଟି-20 ବିଶ୍ୱକପ ମୁକାବିଲାରେ ବାଂଲାଦେଶର ଭେନ୍ୟୁ ବଦଳିବ ନାହିଁ । ସ୍ଥାନ ବଦଳାଇବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ଗ୍ରହଣ କଲାନି ଆଇସିସି । ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ସ୍ପଷ୍ଟ ସଙ୍କେତ ଦେଇଛି କି, ହୁଏତ ବାଂଲାଦେଶର ଏହି ଅନୁରୋଧ ସ୍ୱୀକାର କରାଯିବ ନାହିଁ ।
ଫେବୃଆରୀ ୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଭାରତ ଓ ଶ୍ରୀଲଙ୍କା ଆୟୋଜନରେ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ବାଂଲାଦେଶ ଏଥିରେ ଭାଗ ନେଲେ କୌଣସି ବିପଦ ସମ୍ଭାବନା ନଥିବା କୁହାଯାଇଛି ।
ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ ନରଜୁଲଙ୍କ ଏହି ଦାବିର ବି ଖଣ୍ଡନ ହୋଇଛି । ସେ କହିଥିଲେ, ମୁସ୍ତାଫିଜୁର ରେହମାନକୁ ଦଳରେ ସାମିଲ କଲେ ବିପଦ ଆହୁରି ବଢିବ । ବାଂଲାଦେଶ ଭାରତରେ ୪ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାରୁ କାର୍ଯ୍ୟକ୍ରମ ରହିଛି । ତେବେ ବାଂଲାଦେଶ ପାଇଁ ଭାରତର କୌଣସି ସ୍ଥାନରେ କିଛି ବିପଦ ନାହିଁ ।