ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ ୨,୦୦୦ ରୁ ଅଧିକ ଜର୍ମାନ କମ୍ପାନୀ ଅଛନ୍ତି। ଏହା ଭାରତ ପ୍ରତି ଜର୍ମାନୀର ଅଟଳ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଭାରତ ଏବଂ ଜର୍ମାନୀ ନୂତନ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି। ଏହାସହିତ ଉଭୟ ପ୍ରତ୍ୟେକ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ଆଜି ସ୍ୱାକ୍ଷରିତ ଏମଓୟୁ ଏହାକୁ ଆହୁରି ମଜବୁତ କରିବ।ଆଜି ସକାଳେ ଉଭୟ ନେତା ପ୍ରଥମେ ଅହମ୍ମଦାବାଦର ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାବରମତି ଆଶ୍ରମ ବୁଲିବା ପରେ, ମୋଦୀ ଏବଂ ମର୍ଜ ସାବରମତୀ ନଦୀକୂଳକୁ ଯାଇଥିଲେ। ସେଠାରେ ସେମାନେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ଏକାଠି ଗୁଡ଼ି ଉଡ଼ାଇଥିଲେ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତର ଶେଷ ଦିନ। ପ୍ରଧାନମନ୍ତ୍ରୀ ଅପରାହ୍ନ ୨:୩୦ ରେ ଦିଲ୍ଲୀ ଅଭିମୁଖେ ବାହାରିବେ।