ପାସପୋର୍ଟର ରଙ୍ଗ ଭିନ୍ନ,ଏହାର ବିଶେଷତ୍ୱ କଣ ରହିଛି
ମେଟ୍ରୋ ଟିଭି ଓଡିଶା,୭/୧: ଭାରତରେ ରହିଛି ବିଭିନ୍ନ ପ୍ରକାରର ପାସପୋର୍ଟ । ଯାହାର ରଙ୍ଗ ଭିନ୍ନ ଭିନ୍ନ ଥାଏ । ବିଶେଷ କରି ଆମ ଦେଶରେ ୩ପ୍ରକାରର ପାସପୋର୍ଟ ରହିଛି । ଏହାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଭାରତରେ ପ୍ରତ୍ୟେକ ପାସପୋର୍ଟ ଗୁରୁତ୍ୱ ଅଧିକ ରହିଛି। ଏବେ ଦେଶରେ ୩ଟି ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଉଛି। ଏମାନଙ୍କ କାର୍ୟ୍ୟ ମଧ୍ୟ ଅଲଗା ରହିଛି। ଏମାନଙ୍କ ମଧ୍ୟରେ ନୀଳରଙ୍ଗର ପାସପୋର୍ଟ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ଏହାପରେ ଏକ ମେରୁନ ରଙ୍ଗର ଏବଂ ୩ୟରେ ଧଳା ରଙ୍ଗରେ ପାସପୋର୍ଟ ରହିଛି।ଭାରତର ସମସ୍ତ ସାଧାରଣ ନାଗରିକଙ୍କୁ ନୀଳ ରଙ୍ଗର ପାସପୋର୍ଟ ଦିଆଯାଇଛି। ଏହା କଷ୍ଟମ, ଇମିଗ୍ରେସନ ଅଧିକାରୀ ଏବଂ ବିଦେଶରେ ଅନ୍ୟ ଅଧିକାରୀଙ୍କୁ ସାଧାରଣ ନାଗରିକ ଏବଂ ଭାରତରେ ଉଚ୍ଚ ସରକାରୀ ଅଧିକାରୀଙ୍କ ମଧ୍ୟରେ ପ୍ରଭେଦ ଜଣାଇଥାଏ।
ଭାରତୀୟ ରାଜନେତା ତଥା ବରିଷ୍ଠ ସରକାରି ଅଧିକାରୀଙ୍କୁ ମେରୁନ ପାସପୋର୍ଟ ଦିଆଯାଇଥାଏ। ଉଚ୍ଚ ଗୁଣବତା ପାଇଁ ପାସପୋର୍ଟ କୁ ନେଇ ଅଲଗା ଆବେଦନ କରାଯାଇଥାଏ। ଏହାଦ୍ୱାରା ବିଦେଶ ଯାତ୍ରା ସମୟରେ ଅନେକ ଲାଭ ମିଳିଥାଏ। ଏହାସହିତ ବିଦେଶ ଯାତ୍ରା ପାଇଁ ଭିସାର ଆବଶ୍ୟକତା ପଡ଼ିନଥାଏ।