ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛି ନିର୍ବାଚନ ଆୟୋଗ
ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ଏପରିକି ଏହି ତାଲିକାରେ ୨୦୨୫ରେ ଭୋଟର ହୋଇଥିବା କିଛି ବ୍ୟକ୍ତି ଅଛନ୍ତି ।
ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନର କିଛି ଘଣ୍ଟା ପୂର୍ବରୁ, ନିର୍ବାଚନ ଆୟୋଗ ବାଦ ଦିଆଯାଇଥିବା ଭୋଟରମାନଙ୍କ ତାଲିକା ୱେବସାଇଟରେ ପ୍ରକାଶ କରିଛନ୍ତି । ଏହି ତାଲିକାରେ ୨୦୨୫ରେ ରାଜ୍ୟର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବ କିଛି ବ୍ୟକ୍ତି ମଧ୍ୟ ଅଛନ୍ତି ।
ଆୟୋଗ ସୂତ୍ର ଅନୁଯାୟୀ, ପଞ୍ଜିକୃତ ଠିକଣାରେ ଅନୁପସ୍ଥିତ ରହିବା, ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହେବା, ମୃତ କିମ୍ବା ଏକାଧିକ ନିର୍ବାଚନମଣ୍ଡଳୀରେ ନକଲ ଭୋଟର ଭାବରେ ଚିହ୍ନିତ ହେବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି । ଆପତ୍ତି ଗ୍ରହଣ ପାଇଁ ୧୬/୧୨/୨୦୨୫ ରୁ ୧୫/୦୧/୨୦୨୬ ମଧ୍ୟରେ ଡ୍ରାଫ୍ଟ ରୋଲ୍ ପ୍ରକାଶନ ପରେ ବାଦ ପଡିଥିବା ବ୍ୟକ୍ତିମାନେ ଘୋଷଣା ଫର୍ମ ଏବଂ ସହାୟକ ଦସ୍ତାବିଜ ସହିତ ଫର୍ମ୬ ରେ ସେମାନଙ୍କର ଦାବି ଦାଖଲ କରିପାରିବେ ।