୩ୟ ଟି-୨୦ – ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ

ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ କରିଥିଲେ ।