ଚାଷୀଙ୍କ ପାଇଁ ଖୁସିଖବର : ମିଳିବ ୧୧ତମ କିସ୍ତିର ୨୦୦୦ ଟଙ୍କା

ଚାଷୀଙ୍କ ପାଇଁ ଖୁସିଖବର : ମିଳିବ ୧୧ତମ କିସ୍ତିର ୨୦୦୦ ଟଙ୍କା

ମେଟ୍ରୋ ଟିଭି ଓଡିଶା ( ୩. ୫.୨୦୨୨ )

ସାରାଦେଶରେ ଚାଷୀଙ୍କ ପାଇଁ ମୋଦୀ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧିନରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରତିବର୍ଷ ୬୦୦୦ ଟଙ୍କା ଟ୍ରାନ୍ସଫର ହେଉଛି । ଅର୍ଥାତ୍ ଚାଷୀଙ୍କୁ ୩ଟି କିସ୍ତିରେ ୨-୨ ହଜାର ଟଙ୍କା ପଠାଯାଉଛି ।

ତେବେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କିଷାନ ଯୋଜନା ଅଧିନରେ ୧୦ମ କିସ୍ତି ଟଙ୍କା ଟ୍ରାନ୍ସଫର ହୋଇସାରିଛି । ଏପରି ପରିସ୍ଥିତିରେ ଚାଷୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଚଳିତ ମାସ ବା ମେ’ ରେ ପିଏମ କିଷାନର ଯୋଜନାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ । ପୂର୍ବରୁ କିସ୍ତି ଟଙ୍କା ଏପ୍ରିଲ ମାସରେ ଆସିବ ବୋଲି ଆଶ କରାଯାଉଥିଲା, କିନ୍ତୁ ଏବେ ମେ’ ମାସରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରନ୍ତି ସରକାର ।