ଭାରତୀୟ ଷ୍ଟକ୍ ବଜାରରେ ବଡ଼ ହ୍ରାସ,ସେନସେକ୍ସ ୬୦୯.୬୮ ପଏଣ୍ଟ ହ୍ରାସ ପାଇ ୮୫,୧୦୨.୬୯ ପଏଣ୍ଟରେ ବନ୍ଦ ହୋଇଛି

ସପ୍ତାହର ପ୍ରଥମ ବ୍ୟବସାୟ ଦିବସ ଅର୍ଥାତ୍ ଡିସେମ୍ବର ୮ ସୋମବାରରେ ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖାଯାଇଛି। ଉଭୟ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ୬୦୯.୬୮ ପଏଣ୍ଟ ହ୍ରାସ ପାଇ ୮୫,୧୦୨.୬୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୨୨୫.୯୦ ପଏଣ୍ଟ ହ୍ରାସ ପାଇ ୨୫୯୬୦.୫୫ ପଏଣ୍ଟରେ ବନ୍ଦ ହୋଇଛି । ଆଜିର ଏକ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ହ୍ରାସ ଏବଂ ବ୍ୟାଙ୍କଗୁଡ଼ିକୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ସହାୟତା ପ୍ରଦାନ ସତ୍ତ୍ୱେ, ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି । ଆଜିର କାରବାରରେ ପ୍ରାୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ବିଶେଷକରି ମେଟାଲ, ରିଅଲିଟି, ଏନର୍ଜି ଇଣ୍ଡେକ୍ସରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । ଉଲ୍ଲେଖନୀୟ ବିଷୟ ହେଉଛି ଇଣ୍ଟରଗ୍ଲୋବ ଆଭିଏସନ (ଇଣ୍ଡିଗୋ ଏୟାରଲାଇନ୍ସର ହୋଲଡିଂ କମ୍ପାନି)ର ସେୟାରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ଏହି ସେୟାର ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ଜେଏସଡବ୍ଲୁ ଷ୍ଟିଲ ଓ ଭାରତ ଇଲେକ୍ଟ୍ରୋନିକ୍ସରେ ବି ହ୍ରାସ ପରିଲକ୍ଷିତ ହୋଇଛି ।